ଶୈଳବାଳା ସାହିତ୍ୟ ସଂସଦର ୭ମ ବାର୍ଷିକ ସାହିତ୍ୟ ସମାରୋହ ଅନୁଷ୍ଠିତ

ଭୁବନେଶ୍ଵର : ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଶୈଳବାଳା ସାହିତ୍ୟ ସଂସଦର ୭ମ ବାର୍ଷିକ ସାହିତ୍ୟ ସମାରୋହ ସ୍ଥାନୀୟ ଗୀତଗୋବିନ୍ଦ ସଦନ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଇଂ ଗୌରଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମ୍ବାଦର ସଂପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟକ ଭାବରେ ଯୋଗ ଦେଇଥିଲେ। ପତ୍ନୀଙ୍କ ସ୍ମୃତିରେ ଗଠିତ ଏହି ଅନୁଷ୍ଠାନ ଜରିଆରେ ଓଡିଆ ଭାଷା ସାହିତ୍ୟର ସେବା କରିବାର ନିଆରା ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସମାରୋହର ମୁଖ୍ୟ ଅତିଥ ତଥା ଓଡିଆ ଭାଷା ସାହିତ୍ୟର ପ୍ରମୁଖ ବିନ୍ଧାଣୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ “ଶୈଳବାଳା ସ୍ମୃତି ସମ୍ମାନ ୨୦୨୩” ପ୍ରଦାନ କରାଯାଇଥିଲା। ବିଶିଷ୍ଟ ପ୍ରବକ୍ତା ଶ୍ରୀମତୀ ପ୍ରତିଭା ମହାରାଥୀ ଏହି ସମାରୋହରେ ଯୋଗଦେଇ ଓଡିଆଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଅନୁଷ୍ଠାନର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ନାଇଜର ର କୁଳ ସଚିବ, ଜଗନ୍ନାଥ ଧର୍ମ ଗବେଷକ ଡ ଅଭୟ କୁମାର ନାୟକ ଯୋଗ ଦେଇଥିଲେ ।ଏହି ଅନୁଷ୍ଠାନର ଉତରୋତର ଉନ୍ନତି କାମନା କରିବା ସହିତ ଏହିଭଳି କାର୍ଯ୍ୟଧାରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ର ସଂସଦର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଗତ ଦିନମାନଙ୍କରେ ଅନୁଷ୍ଠାନ ଦ୍ଵାରା କରାଯାଇଥିବା କାର୍ଯ୍ୟାବଳୀ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସହିତ ଆଗାମୀ ଦିନମାନଙ୍କରେ ସଂସଦ ଦ୍ଵାରା କରାଯିବାକୁ ଥିବା ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ସଂସଦର ଉପସଭାପତି ତଥା ଭାଷା ବିଜ୍ଞାନୀ ଡ.ଦେବାଶିଷ ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ । ଅନୁଷ୍ଠାନର ମୁଖପତ୍ର “ଶୈଳଜା” ଏବଂ ଶ୍ରୀମତୀ ଇତିଶ୍ରୀ ପତିଙ୍କ ଗୀତିକବିତା ପୁସ୍ତକ“ଶ୍ରୀଛାମୁ ହେ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସାହିତ୍ୟିକମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଶ୍ରୀମତୀ ସୁଚେତା ରାଉତଙ୍କ ସଭାପତିତ୍ବରେ ଆୟୋଜିତ କବିତାପାଠ ସଂପାନରେ ପଠିତ କବିତା ଗୁଡିକୁ ବିଚାରକୁ ନିଆଯାଇ ୩ ଜଣ କବିଙ୍କୁ ଆର୍ଥକ ରାଶି ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଚାଳନା ସଂପାଦକ ଶ୍ରୀଯୁକ୍ତ ଗୋଲକ ବିହାରୀ ନାୟକ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସଂସଦର କାର୍ଯ୍ୟକାରୀ ସଂପାଦକ ଶ୍ରୀଯୁକ୍ତ ପୂର୍ଣ୍ଣାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *