ଶବ୍ଦ ଓ ଭାବର ମିଳନରେ କବିତାର ଜନ୍ମ – ରକ୍ଷକ ନାୟକ
ଗ୍ରାମୀଣ ସମାଜର ପ୍ରାକୃତିକ ପରିବେଶ ଓ ଏହାର ସଂସ୍କୃତି ତାଙ୍କୁ କରୁଥିଲା ଆହ୍ଲାଦିତ । ଯେତେେବେଳେ ଏକ ଅନ୍ତର୍ମୁଖୀ ବାଳକ ନିଜ ମନର କଥାକୁ କାହାକୁ କହି ନ ପାରି କବିତାର ସାହାରା ନିଏ ଭାବକୁ ପ୍ରକାଶ କରିବ ପାଇଁ,ସେତେେଳେ କାବ୍ୟ ତାଙ୍କ ପାଇଁ ସାଜିଯାଏ ସହଜାତ ବନ୍ଧୁ । ତେବେ ସେହି ସୁଲେଖକ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲାରେ ଜନ୍ମିତ ଲେଖକ ରକ୍ଷକ ନାୟକ । ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀଯୁକ୍ତ ରକ୍ଷକ ବର୍ତ୍ତମାନ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।
ଏକ ପ୍ରଶଂସା ହିଁ ଗୋଟେ ମଣିଷକୁ ଆଗକୁ ଯିବା ପାଇଁ ଉତ୍ସାହ ପ୍ରଦାନ କରେ। ଯାହା ଘଟିଥିଲା ଏହି ଲେଖକଙ୍କ ଜୀବନରେ । ହେତୁ ପାଇବା ପରେ କବି ଜଣଙ୍କ ଲେଖୁଥିଲେ ସତ କିନ୍ତୁ ବିଜେବି କଲେଜରେ ପଢ଼ିବା ସମୟରେ ଅଧ୍ୟକ୍ଷ ଗୁରୁ ପ୍ରସାଦ ମହାନ୍ତି, ଅଧ୍ୟାପକ ବିଭୂତି ପଟ୍ଟନାୟକ,ହୃଦାନନ୍ଦ ରାୟ ପ୍ରମୁଖଙ୍କ ଉତ୍ସାହ ରୂପକ ଆଶୀର୍ବାଦ କବି ରକ୍ଷକଙ୍କ ପାଇଁ ସାଜିଥିଲା ଆଗକୁ ବଢ଼ିବାର ପ୍ରେରଣା ।
ଲେଖକ ରକ୍ଷକ ନାୟକଙ୍କ ବିଷୟରେ କିଛି –
କବିତା ତାଙ୍କ ପାଇଁ ଆନନ୍ଦ,ଅନୁଭବ ଓ ଅବକାଶ ସମୟର ବନ୍ଧୁ।
୨୦୧୩ ମସିହାରେ ସେ ନିଜ କବିତା ପୁସ୍ତକ “ଅସରନ୍ତି ଅନ୍ତାକ୍ଷରୀ” ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
କବିତା ସଂକଳନ-
ଉର୍ଦ୍ଧ୍ୱ ଉଡ଼ାଣ,ବ୍ରହ୍ମଶିଳା,ବୀଜ ବିକ୍ଷେପ,ଅସରନ୍ତି ଅନ୍ତାକ୍ଷରୀ,
ଆଉ ସବୁ ସାକ୍ଷାତରେ,ଅନ୍ୱେଷା ଅହର୍ନିଶ,ଅର୍ଗଳ ଅନର୍ଗଳ
ଇତ୍ୟାଦି।
ପତ୍ରିକା ସମ୍ପାଦନା-
କ୍ରାନ୍ତିଧାରା,ବିଶ୍ୱମୁକ୍ତି,ହୃଦବାକ୍ୟ,ଅନୁଭବ,ଆମରି ଗପ,ସୃଜନର ସୂଚୀପତ୍ର,ଅଳସୀ,ପ୍ରାଚୀ ପ୍ରଦୀପ।
ସମ୍ମାନ ଓ ପୁରସ୍କାର –
ରାଜ୍ୟ ଯୁବ ସମ୍ମାନ – ୧୯୯୭ (ଓଡ଼ିଶା ସରକାର)
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୨୦୧୩ (“ଅସରନ୍ତି ଅନ୍ତାକ୍ଷରୀ”)
ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ କବି ସଚି ରାଉତରାୟଙ୍କ କବିତାରେ ବେଶ୍ ପ୍ରଭାବିତ ଏହି ଲେଖକ ଜଣଙ୍କ । ତେବେ ଆଗାମୀ ଦିନରେ ଆସୁଥିବା ନବାଗତଙ୍କୁ ଶ୍ରୀ ନାୟକ ଏହି ଉପଦେଶ ଦିଅନ୍ତି ଯେ “କାହାର ଭାବକୁ ଧାର ନ କରି ଲେଖନୀ ଜରିଆରେ ନିଜକୁ ନିଜେ ପ୍ରକାଶ କରନ୍ତୁ । ଯାହା ସର୍ବଦା ଗ୍ରହଣୀୟ।” ଜଣେ ସାମାଜିକ ପ୍ରାଣୀ ଭାବେ ନିଜର ଅନୁଭବ,ଅତୀତର ଘଟଣା ଏବଂ ବର୍ତ୍ତମାନର ପରିସ୍ଥିତିକୁ ସର୍ଜନାତ୍ମକ ଶୈଳୀରେ ବାଢ଼ିଥାନ୍ତି ସାହିତ୍ୟିକ ରକ୍ଷକ ନାୟକ ।