ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଜଣଙ୍କର ମୂତ୍ୟୁ

ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ବିଳମ୍ବିତ ରାତି ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି | ଏକ ଟ୍ରଲର ପଛରେ ଯାତ୍ରୀବାହି ଟ୍ରାଭେଲର ଧକ୍କା ଦେଇଛି |

ଏହି ଦୁର୍ଘଟଣାରେ ଜଣଙ୍କର ମୂତ୍ୟୁ ହୋଇଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ତ୍ରୀଲୋଚନ ରାଉତ ଓ ସେ ଆଠଗଢ ଅଂଚଳର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାକୁ ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *