ରୋଟାରୀ କ୍ଲବ ଅଫ ଏକାମ୍ରକ୍ଷେତ୍ର ତରଫରୁ ରାଷ୍ଟ୍ର ନିର୍ମାଣ ଗୌରବ ସମ୍ମାନ

ଭୁବନେଶ୍ୱର : ରୋଟାରୀ କ୍ଲବ ଭୁବନେଶ୍ୱର ଏକାମ୍ରକ୍ଷେତ୍ର ତରଫରୁ ରାଷ୍ଟ୍ର ନିର୍ମାଣ ଗୌରବ ସମ୍ମାନ ବୁଦ୍ଧମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସମାଜକୁ ଦିଗଦର୍ଶନ ଏବଂ ଦେଶର ଭବିଷ୍ୟତ ଗଠନରେ ଶିକ୍ଷକ ମାନଙ୍କର ଅବଦାନକୁ ସ୍ୱୀକୃତି ଜଣାଇ ରୋଟାରୀ କ୍ଲବ ବିଭିନ୍ନ ବିଦ୍ୟାଳୟର 16 ଜଣ ଶିକ୍ଷକ ଶିକ୍ଷିକାଙ୍କୁ ଏହି ପୁରସ୍କାର ରେ ସମ୍ମାନିତ କରିଛନ୍ତି | କ୍ଲବ ର ସଭାପତି ମଧୁଚନ୍ଦା ବଳ ଙ୍କ ପୌରାହିତ ରେ ଏହି ସଭା ଅନୁଷ୍ଠିତ ହୋଇଥିଲା | ରୋଟାରୀ ଜିଲ୍ଲା 3262 ର ପ୍ରାନ୍ତକଳ ରୋଟାରୀୟାନ ଯଂଜ୍ଞାଶିଷ ମହାପାତ୍ର (ମୁଖ୍ୟ ଅତିଥି )ଭାବରେ ଯୋଗଦେଇ ଶିକ୍ଷକ ମାନଙ୍କର ରାଷ୍ଟ୍ର ଗଠନ ରେ ମୁଖ୍ୟ ଭୂମିକା ଏବଂ ସେମାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଧ ଉପରେ ଆଲୋକପାତ କରିଥିଲେ | ଶିକ୍ଷକ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ନିମନ୍ତେ ରୋଟାରୀ ଇଣ୍ଡିଆ ଲିଟରସି ମିଶନ (RILM)ପ୍ରତ୍ୟେକ ବର୍ଷ ସେମାନଙ୍କର କ୍ଲବ ମାଧ୍ୟମରେ ଆଦର୍ଶ ଶିକ୍ଷକ ମାନଙ୍କୁ ରାଷ୍ଟ୍ର ନିର୍ମାଣ ଗୌରବ ସମ୍ମାନ ପ୍ରଦର୍ଶନ କରିଥାଏ | ଏହି ଅବସରରେ ଏହି ରୋଟାରୀ ବର୍ଷରେ ରୋଟାରୀ ଜିଲ୍ଲା ପ୍ରାୟ 1500ଜଣ ଶିକ୍ଷକଙ୍କୁ ଏହି ସମ୍ମାନ ରେ ସମ୍ମାନୀତ କରିଛି | ରୋଟାରୀ ଜିଲ୍ଲା ସ୍ତରରେ ପ୍ରଥମ ମହିଳା ଡ଼. ଇତୁନ ମହାପାତ୍ର ଅନ୍ୟତମ ନିମଂତ୍ରିତ ଅତିଥି ଭାବରେ ଯୋଗଦାନ କରି କ୍ଲବର ଏହି କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିଥିଲେ | ଏହି ବର୍ଷର ଟିଚର ସପୋର୍ଟ ଚେୟାର ଡ଼. ତରୁଲତା ଦିବେଦୀ ଏହି କାର୍ଯ୍ୟକ୍ରମ ରୋଟାରୀର ଏକ ଅଂଶ ବିଶେଷ ବୋଲି ବର୍ଣ୍ଣନା କରିଥିଲେ |

କ୍ଲବ ର ଉପଦେଷ୍ଟା ଶ୍ରୀଯୁକ୍ତ ଗିରିଶ ପ୍ରସାଦ ମହାନ୍ତି କ୍ଲବ ର ଇତିହାସ ବର୍ଣ୍ଣନା ସହିତ ବିଭିନ୍ନ ଜନହିତକର କାର୍ଯ୍ୟର ସୂଚନା ପ୍ରଦାନ କରିଥିଲେ | ଏହି ଅବସରରେ ମୁଖ୍ୟ ଅତିଥି ପ୍ରାନ୍ତପାଳ ଯଂଜ୍ଞାଶିଷ ମହାପାତ୍ର 16 ଜଣ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଏହି କାର୍ଯ୍ୟକ୍ରମ କୁ କ୍ଲବ ର କାର୍ଯ୍ୟପାଳିକା ସମ୍ପାଦିକା ଡ଼. ରେଖା ଦାସ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଲବ ର ରୋଟାରୀୟାନ ଓ ସମାଜର ବିଭିନ୍ନ ବର୍ଗର ଲୋକମାନେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଶିକ୍ଷକ ମାନଙ୍କୁ ଉତ୍ସାହିତ କରିଥିଲେ | ଗୌର ଚରଣ ମହାରଣା, ସୁଜାତା ମିଶ୍ର,ବନ୍ଦିତା ରାଣୀ ପାତ୍ର, ତାପସ ରଞ୍ଜନ ସେଠୀ, ଗୁଣନିଧି ବେହେରା, ସସ୍ମିତା ମିଶ୍ର, ମଧୁସ୍ମିତା ମିଶ୍ର, ଶ୍ରୀନିବାସ କର,ନିର୍ମଳା ପାଟ୍ଟଶାଣୀ,ଜୟଶ୍ରୀ ଭୋଇ, ଝୁନୁଲତା ମହାରଣା,ମଧୁସ୍ମିତା ଦାଶ, ରଶ୍ମିବାଳା ସ୍ଵାଇଁ, ପ୍ରତାପ କୁମାର ମଲ୍ଲିକ, ମୀନାକ୍ଷୀ ମିଶ୍ର, ସୁକାନ୍ତୀ ମହାନ୍ତିଙ୍କୁ ରାଷ୍ଟ୍ର ନିର୍ମାଣ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶେଷରେ କ୍ଲବ ର ପ୍ରଥମ ସଭାପତି ଡ଼. ରାଜଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *