ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ‘MOS LIVE’ର ଲୋକାର୍ପଣ

ଭୁବନେଶ୍ୱର : ମୁମ୍ବାଇରୁ ପ୍ରକାଶ ପାଉଥିବା ଓଡ଼ିଆ ସମ୍ବାଦପତ୍ର ମୁମ୍ବାଇ ଓଡ଼ିଆ ସମାଜ ର ଡିଜିଟାଲ ସଂସ୍କରଣ ‘MOS LIVE’ର ଲୋକାର୍ପଣ ହୋଇଯାଇଛି | ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉତ୍କଳ ସାମ୍ବାଦିକ ଭବନ, ଭୁବନେଶ୍ୱର ଠାରେ ଆୟୋଜିତ ସମାରୋହରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ‘MOS LIVE’ର ଲୋଗୋ ଉନ୍ମୋଚନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି | ଦୀର୍ଘ 12 ବର୍ଷ ହେବ ମୁମ୍ବାଇ ଓଡ଼ିଆ ସମାଜ ସମ୍ବାଦପତ୍ର ଯେଭଳି ମୁମ୍ବାଇ ଓ ଓଡିଶା ସହ ସାମାଜିକ, ସାଂସ୍କୃତିକ ଓ ଭାବଗତ ସମ୍ପର୍କ ବଜାୟ ରଖିଆସୁଛି ସେଇଭଳି ଭାବେ ‘MOS LIVE’ ଡିଜିଟାଲ ଏସବୁକୁ ତ୍ୱରାନ୍ୱିତ କରିବାରେ କାମ କରିବ ବୋଲି ଏହାର ସମ୍ପାଦକ ଡ଼ଃ ବିପିନବିହାରୀ ମିଶ୍ର କହିଛନ୍ତି | ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହାର ଶୁଭାରମ୍ଭ ହୋଇଥିବାରୁ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା 12 ଜଣ ବିଶିଷ୍ଟ ମହିଳାଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା |

Leave a Reply

Your email address will not be published. Required fields are marked *