ସରିଲା ସର୍ବଦଳୀୟ ବୈଠକ ; ଅଧିବେଶନ ପୂର୍ବରୁ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଲାଇବା ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ସୂଚନାଅନୁସାରେ, ବଜେଟ ଅଧିବେଶନ ପୂର୍ବ ପରି ଏଥର ମଧ୍ୟ ୫ ଘଣ୍ଟା ଚାଲିବ । କୋଭିଡ଼ କଟକଣାରେ ବିଧାନସଭାର ଚଳିତ ବଜେଟ ଅଧିବେଶନ ଚାଲିବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀଙ୍କର କୋଭିଡ଼ ଟେଷ୍ଟ କରାଯିବ । ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ ।

Leave a Reply

Your email address will not be published. Required fields are marked *