ଈଶ୍ୱରୀୟ ସତ୍ତା ଓ ଶକ୍ତିକୁ ଅନୁଭବ କରି ଶବ୍ଦ ରୂପ ଦେବା ସାହିତ୍ୟ ସର୍ଜନାର ଅନ୍ୟତମ ଦାୟିତ୍ୱ ହେବା ଉଚିତ : ଲେଖକ ଶ୍ରୀ ଦେବେନ୍ଦ୍ର ନାଥ ଦାଶ

ଏହି ସୁସାହିତ୍ୟିକଙ୍କ ମତରେ “ସଂସାରର ପ୍ରତ୍ୟେକ କ୍ଷେତ୍ରରେ ରହିଛି ଈଶ୍ୱରୀୟ ସତ୍ତା ଏବଂ ତହିଁରେ ଅଛି ଅନ୍ତର୍ନିହିତ ଶକ୍ତି । ବୃହତ୍ ଧର୍ମଗ୍ରନ୍ଥ ରାମାୟଣକୁ ଖୁବ୍ ସରଳ,ପ୍ରାଞ୍ଜଳ ଓ ସଂକ୍ଷେପରେ ତାଙ୍କ ଦ୍ୱାରା ରଚିତ ଧର୍ମ ପୁସ୍ତକ “ରାମକଥା” ମାଧ୍ୟମରେ ଆଜି ସମଗ୍ର ପାଠକ ସମାଜକୁ ସେ ଏକ ଭେଟି ରୂପେ ପ୍ରଦାନ କରିଛନ୍ତି।ସେହି ବିଶିଷ୍ଟ ଲେଖକ ହେଉଛନ୍ତି ସାହାଣମେଲା ଓ ଶ୍ୱେତସଙ୍କେତ ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାଥ ଦାଶ।
ଅବିଭକ୍ତ କଟକ ଜିଲ୍ଲାର ବଡଚଣା ଠାରେ ଜନ୍ମିତ ଲେଖକ ଦେବେନ୍ଦ୍ର ଦାଶ ନିଜର ଛାତ୍ରବସ୍ଥାରୁ ହିଁ କବିତା ଏବଂ ଏକାଙ୍କିକା ଲେଖୁଥିଲେ। ଖୁବ୍ କମ୍ ବୟସରୁ ପିତାଙ୍କ ପ୍ରେରଣା ପାଇ ମୀନାବଜାରରେ ନିଜର ପ୍ରଥମ ଛପାଲେଖାକୁ ପ୍ରକାଶ କରାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରସଂଶାର ପାତ୍ର ମଧ୍ୟ ସାଜିଥିଲେ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀଯୁକ୍ତ ଦାସ ନିଜର ସାରସ୍ୱତ ପତ୍ରିକା ମାଧ୍ୟମରେ ଆଜି ଘରେଘରେ ପରିଚିତ।କେତେବେଳେ ସେ ଗୁରୁ ରୂପେ ଅନେକ ଯୁବ ଲେଖକଙ୍କୁ ହାତ ଧରାଇ ଲେଖନୀ ଚଳାଇବା ଶିଖାଇଛନ୍ତି ତ ଆଉ କେତେବେଳେ ସମ୍ବର୍ଦ୍ଧନା ପଛରେ ନ ଗୋଡ଼ାଇ ସାହିତ୍ୟ ତପସ୍ୟାକୁ ଅହରହ ଜାରି ରଖିବା ପାଇଁ ଉପଦେଶ ମଧ୍ୟ ଦେଇଛନ୍ତି।
ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଲେଖକ ଦେବେନ୍ଦ୍ର ଦାଶ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ,ଫକୀର ମୋହନ ସେନାପତି,ମନୋଜ ଦାସଙ୍କୁ ନିଜର ପ୍ରେରଣା ମଣୁଥିବା ବେଳେ ନିଜର ସାହିତ୍ୟ ଦ୍ୱାରା ମା,ମାଟି ଏବଂ ମାତୃଭାଷାର ସେବା କରିବାର ପଣ ନେଇଛନ୍ତି ଏହି ଲେଖକ।

ଶ୍ରୀ ଦେବେନ୍ଦ୍ର ନାଥ ଦାଶଙ୍କ କିଛି କୃତି-

ଦିଲ୍ଲୀ ସଂସଦ-୨୦୧୭,ପୁର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ-କଳିଙ୍ଗ ପୁସ୍ତକ ମେଳା-୨୦୨୧,ଉତ୍କଳ ସନ୍ତାନ ସମ୍ମାନ,
ସୁଲେଖା ସାହିତ୍ୟ ସଂସଦ,ଶୈଳବାଳା ସାହିତ୍ୟ ସଂସଦ,ରାଜଧାନୀ ପୁସ୍ତକ ମେଳା,ବିରଜା ଭୂମି ସାହିତ୍ୟ ସଂସଦ,ଇତ୍ୟାଦି।

ଚଳିତ ବର୍ଷ ସମ୍ମାନଜନକ କଳିଙ୍ଗ ପୁସ୍ତକ ମେଳା ର ଧର୍ମ ବିଭାଗରେ ତାଙ୍କ ରଚିତ ପୁସ୍ତକ “ରାମକଥା” ଶ୍ରେଷ୍ଠ ପୁରସ୍କାର ଲାଭ କରିଛି |

ମାନବୀୟ ମୂଲ୍ୟବୋଧ ଉପରେ ସର୍ବଦା ଲେଖୁଥିବା ଏହି ସାରସ୍ୱତ ସାଧକ ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନଵାଗତଙ୍କୁ ଏହି ଉପଦେଶ ଦିଅନ୍ତି ଯେ “ଆମର ସଂସାରକୁ ଆସିବାର କିଛି ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ରହିଛି।ଆମ ସାହିତ୍ୟ ଦ୍ୱାରା କିପରି ସମାଜ ମଙ୍ଗଳ ହେବ ସେଥିପ୍ରତି ସର୍ବଦା ଯତ୍ନବାନ୍ ହେବା ଆବଶ୍ୟକ।ସାହିତ୍ୟ ଏକ ସାଧନା।ଏହା କଦାପି ବ୍ୟର୍ଥ ଯାଏନା।ଏତଦ୍ ବ୍ୟତୀତ ଲେଖିବା ସମୟରେ ସର୍ବଦା ଭାଷାର ଶୁଦ୍ଧତା ଉପରେ ଗୁରୁତ୍ୱ ଦେବା ଦରକାର।”

Leave a Reply

Your email address will not be published. Required fields are marked *