ବୁଦ୍ଧ ପୂର୍ଣ୍ଣମୀ ଅବସରରେ ଆୟୋଜିତ ହେଲା ଡାକଟିକଟ ପ୍ରଦର୍ଶନୀ
ଭୁବନେଶ୍ୱର : ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅବସରରେ ଭାରତୀୟ ଡାକ ବିଭାଗ ତରଫରୁ ଏକ ଡାକଟିକଟ ପ୍ରଦର୍ଶନୀ ଭୁବନେଶ୍ୱର ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବହୁସଂଖ୍ୟାରେ ସାଧାରଣ ଜନତା ଓ ଡାକଟିକଟ ପ୍ରେମୀ ଏହି ପ୍ରଦର୍ଶନୀରେ ଯୋଗ ଦେଇଥିଲେ । ବରିଷ୍ଠ ଡାକଟିକଟ ସଂଗ୍ରହକ ଶ୍ରୀ ଅଜିତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଡାକ ମଣ୍ଡଳର ଉପ ଅଧିକ୍ଷକ ଶ୍ରୀ ମୋହନ ସୁନା ଏହି ପ୍ରଦର୍ଶନୀରେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅହିଂସାର ମାର୍ଗରେ ପରିଚାଳିତ ହେବା ପାଇଁ ଉପଦେଶ ଦେଇଥିଲେ ।