ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର : ଦିନକୁ ଦିନ କରୋନାର କୋପ କମୁଥିବାରୁ କୋହଳ ହେଲା କଟକଣା। ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ। ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର।

ସୂଚନାଯୋଗ୍ୟ, ଜାନୁଆରୀ ମାସରେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଫେବୃଆରୀରେ ଏଥିରେ ସାମାନ୍ୟ କୋହଳ କରାଯାଇଥିଲା। କରୋନା ଗ୍ରାଫ ତଳମୁହାଁ ଥିବାରୁ ଫେବୃଆରୀରେ ଏହି କଟକଣାକୁ ରାତି ୧୦ଟାରୁ ଲାଗୁ କରାଗଲା। ହେଲେ ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ହଜାରେ ତଳେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ନାଇଟ କର୍ଫ୍ୟୁ କଟକଣାକୁ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି ରାଜ୍ୟ ସରକାର।

Leave a Reply

Your email address will not be published. Required fields are marked *