ସ୍କୁଲ ଉପରେ ଏୟାର୍‌ ଷ୍ଟ୍ରାଇକ୍‌, ୭ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସ୍କୁଲ ଉପରକୁ ଆଖିବୁଜା ରକେଟ୍‌ ମାଡ, ହେଲା ଏୟାର ଷ୍ଟ୍ରାଇକ୍‌। କେବଳ ସ୍କୁଲ ନୁହେଁ ଗାଁ ମପରେ ମଧ୍ୟ ଏୟାର ଷ୍ଟ୍ରାଇକ୍‌ କରଯାଇଛି। ଏଥିରେ ୭ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି କିଛି ଘଟଣା ଘଟିଛି ମିଆଁମାର୍‌ରେ।

ଏକ ସରକାରୀ ହେଲିକପ୍ଟର ସ୍କୁଲ ଓ ଏଗ ଗାଁ ଉପରେ ଅକ୍ରମଣ କରିଛି। ସ୍କୁଲ ପ୍ରଶାସନକ ଓ ସହାୟତା କର୍ମୀ ସୋମବାର ଏନେଇ ସୂଚନା ଦେଇଥିଲେ। ଦେଶର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡେଲାଠାରୁ ପ୍ରାୟ ୧୧୦କିଲୋମିଟର ଦୂରରେ ଥିବା ତାବାଇନ୍‌ର ଲେଟେ ୟାଟ୍ କୋନ୍ ଗ୍ରାମରେ ଏହି ଆକ୍ରମଣ ହୋଇଛି।

ଜଣେ ସ୍କୁଲ ପ୍ରଶାସକ କହିଛନ୍ତି ଯେ ଗାଁର ଉତ୍ତରରେ ବୁଲୁଥିବା ଚାରିଟି ଏମ୍‌ଆଇ -୩୫ ହେଲିକପ୍ଟର ମଧ୍ୟରୁ ଦୁଇଟି ମେସିନ ବନ୍ଧୁକ ଏବଂ ଭାରୀ ଅସ୍ତ୍ରରେ ସ୍କୁଲ ଉପରେ ଆକ୍ରମଣ କରିବା ଆରମ୍ଭ ହୋଇଥିଲା। ଏହା ପରେ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରିଯାଇଥିଲା। ଏହି ଆକ୍ରମଣରେ ବିଦ୍ୟାଳୟର ୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ନିକଟସ୍ଥ ଏକ ଗ୍ରାମରେ ଜଣେ ୧୩ ବର୍ଷର ନାବାଳକକୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିବା ସେ କହିଛନ୍ତି।

ସ୍କୁଲ ଆଡମିନିଷ୍ଟ୍ରେଟର ମାର ମାର କହିଛନ୍ତି ଯେ ଶୁକ୍ରବାର ବିମାନଗୁଡିକ ହଠାତ୍‌ ଗାଁ ଉପର ଦେଇ ଯାତ୍ରା କରିଥିଲା। ଏହାପରେ ଆଖିବୁଜା ଗୁଳିମାଡ କରିଥିଲା ବିମାନ। ଏହି ଆକ୍ରମଣ ପରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାଦକୁ ନେବା ପାଇଁ ଚେଷ୍ଟା କରାଯାଇଥିଲା।

ଗତ ଶୁକ୍ରବାର ସାଗାଇଙ୍ଗ ଅଞ୍ଚଳର ତାବାୟିନ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ଗତ ବର୍ଷ ଫେବୃଆରୀରେ ସେନା କ୍ଷମତା ହାସଲ କରିବା ପରଠାରୁ ସର୍ବାଧିକ ବୋଲି ଜଣାପଡିଛି। ସେନାର ଅକ୍ତିଆର ପରେ ଦେଶରେ ବ୍ୟାପକ ହିଂସାତ୍ମକ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା।

ୟୁନିସେଫ ଦ୍ୱାରା ଜାରି ଏକ ରିପୋର୍ଟ ଅନୁଯାୟୀ, ସାଗିଙ୍ଗରେ ଭୟଙ୍କର ହେବାରେ ଲାଗିଛି ଲଢ଼େଇ। ଏଠାରେ ସେନା ଅନେକ ଆକ୍ରମଣାତ୍ମକ କାର୍ଯ୍ୟ ଆରମ୍ଭ କରିଛି। କିଛି ମାମଲାରେ ଗାଁକୁ ଜଳାଇ ମଧ୍ୟ ଦିଆଯାଇଛି।

Leave a Reply

Your email address will not be published. Required fields are marked *