ପଞ୍ଚାୟତ ଭୋଟ ନେଇ ସର୍ବଦଳୀୟ ବୈଠକ ଶେଷ; ଆଲୋଚନା ସମ୍ପର୍କରେ ରାଜ୍ୟ ନିର୍ବାଚନ କମିସନରଙ୍କ ପ୍ରେସମିଟ୍

ଭୋଟର ତାଲିକା ନିର୍ଭୁଲ ଭାବରେ କରାଯିବା ନେଇ ଆଲୋଚନା ହେଲା । ଭୋଟରେ ତାଲିକାରେ ନାଁ ସହିତ ଏପିକ ଆଇଡି ଯୋଡ଼ା ଯିବ । ନିର୍ବାଚନରେ ଖର୍ଚ୍ଚ, ଭୋଟ ଗ୍ରହଣ ଅବଧି, ଯାନବାହନ ବ୍ୟବହାର ବୃଦ୍ଧି ଉପରେ ପ୍ରସ୍ତାବ । ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବାକୁ ରାଜନୈତିକ ଦଳଗୁଡ଼ିକର ପ୍ରସ୍ତାବ । ନିର୍ବାଚନର 7 ଦିନ ପୂର୍ବରୁ ମଦ ଦୋକାନ ବନ୍ଦ କରାଯିବ । ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ୮୦ ହଜାର ଟଙ୍କାରୁ ୨ ଲକ୍ଷ କରିବାକୁ ଦାବି । ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨ରୁ ୫ ଲକ୍ଷ କରିବାକୁ ଦାବି । ମତଦାନର ସମୟ ସୀମା ବୃଦ୍ଧି, ମତ ଗଣନା ସମୟ ଅବଧି ବଢାଇବା ଉପରେ ମତାମତ ଆସିଛି । ୱାର୍ଡ ଅନୁସାରେ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ସମସ୍ତେ ଆପତ୍ତି ଅଭିଯୋଗ କରିପାରିବେ, ଏଥିପାଇଁ ଫର୍ମ ୧୬ ଓ ୧୭ ରହିଛି । ଅଭିଯୋଗ ଆସିବା ପରେ ବିଚାର କରାଯିବ: ରାଜ୍ୟ ନିର୍ବାଚନ କମିସନ ।

Leave a Reply

Your email address will not be published. Required fields are marked *