ଜୀବିକା ପାଇଁ ଦିନ ରାତି ଏକ କରି ଆନ୍ଦୋଳନ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ଗୁରୁବାର ଏଭଳି କିଛି କରୁଥିବାର ନଜର ଆସିଛି

ଭୁବନେଶ୍ୱର : ରାଜରାସ୍ତାରେ ମାଣ ବସାଇଲେ ସ୍ନାତକ ଅଙ୍ଗନବାଡ଼ି କର୍ମୀ। ଜୀବିକା ପାଇଁ ଦିନ ରାତି ଏକ କରି ଆନ୍ଦୋଳନ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ଗୁରୁବାର ଏଭଳି କିଛି କରୁଥିବାର ନଜର ଆସିଛି। ଘରେ ରହି ଲକ୍ଷ୍ମୀ ପୂଜା କରିବା କଥା। ଜୀବିକା ପାଇଁ ମାସକରୁ ଅଧେ ଦିନ ହେବ ରାତି ଦିନ ଚାଲିଛି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ। ତା ଭିତରେ ଗୁରୁବାର ପଡିଯିବାରୁ କେମିତି ବା ଘରକୁ ଯିବେ। ପ୍ରତିବାଦ ସ୍ଥଳୀରେ ଖୋଦ ରାଜରାସ୍ତାରେ ଚାଲିଛି ମାଣବସା। ଗାନ୍ଧୀ ମାର୍ଗରେ ଧାନ, ଲକ୍ଷ୍ମୀ ପ୍ରତିମା ଙ୍କ ଫଟୋ,ଗୁଆ ଦୁବ ,ବରକୋଳି ପତ୍ର, ଚିତା ଫୁଲ ଓ ଛିଟ କପଡା ସବୁ ଅଛି। ମଙ୍କୁ ରାଜରାସ୍ତାରେ ଚାଲିଛି ପୂଜାର୍ଚ୍ଚନା। ନିଜର ଚାକିରି ସର୍ତ୍ତାବଳୀ ଓ ବେତନ ବୃଦ୍ଧି ନିମନ୍ତେ ମାଣ ବସାଇ, ଲକ୍ଷ୍ମୀ ପୁରାଣ କରି ପ୍ରତିବାଦ କରିଛନ୍ତି। ଅଲ ଓଡ଼ିଶା ଗ୍ରଜୁଏଟ contactual ଲେଡି ସୁପର ଭାଇଜର ଆସୋସିଏସନ୍ ବା ଆଇ ଏସ ଡି ଏସ। ୨୦୦୮ ମସିହାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପତ୍ର ସଂଖ୍ୟା ୫୩୨ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ୫୫୭ ଜଣ ସ୍ନାତକ ଯୋଗ୍ୟତା ଥାଇ ଅନ୍ୟୁନ ୫ ବର୍ଷ ଅଭିଜ୍ଞତା ଥିବା ଅଗନ ବାଡ଼ି କର୍ମୀ ମାନଙ୍କୁ ଠିକା ସୁପର ଭାଇଜର ପଦବୀରେ ପ୍ରମୋଷନ ଦେଇଛନ୍ତି।ଏହାରି ଭିତରେ ଚାକିରି କାର୍ଯ୍ୟକାଳ ୧୨-୧୩ ବିତିଯାଇଛି। କିନ୍ତୁ ନିୟମିତ ହୋଇନାହିଁ। ଏକା ସମୟରେ ମାଟ୍ରିକ ପାସ କରିଥିବା ମହିଳା ପରିଦର୍ଶୀକା ମାନଙ୍କର ଚାକିରି ନିୟମିତ ହେବା ସହ ସେମାନେ ସବୁ ସରକାରୀ ସାହାଯ୍ୟ ସହଯୋଗ ପାଉଛନ୍ତି। ଅଲ ଓଡ଼ିଶା ଗ୍ରଜୁଏଟ contactual ଲେଡି ସୁପର ଭାଇଜର ଆସୋସିଏସନ୍ ସଦସ୍ୟା ତଥା ଆନ୍ଦୋଳନକାରୀ ବନ୍ଦନା ନାୟକ କହିଛନ୍ତି,”ସରକାରଙ୍କ ୨୯୯୮ ଗାଇଡ ଲାଇନ ଅନୁସାରେ ୧୦ ବର୍ଷ ଅଭିଜ୍ଞତା ଥିବା ମାଟ୍ରିକ ପାସ ଅଙ୍ଗନ୍ ବାଡ଼ି କର୍ମୀ ଓ ୫ ବର୍ଷ ଅଭିଜ୍ଞତା ଥିବା ସ୍ନାତକ ଅଙ୍ଗନ୍ ବାଡ଼ି କର୍ମୀମାନଙ୍କୁ ସୁପର ଭାଇଯର ପଦବୀରେ ଉନ୍ନୀତ କରାଯିବା କଥା। କିନ୍ତୁ ସରକାର କେବଳ ମାଟ୍ରିକ ପାସ କର୍ମୀମାନଙ୍କୁ ରେଗୁଲାର ପଦୋନ୍ନତି କରି ସ୍ନାତକ ଅଙ୍ଗନ୍ ବାଡ଼ି କର୍ମୀମାନଙ୍କୁ ଠିକା ପଦୋନ୍ନତି ଦିଆଯାଇଛି । ଯାହାକୁ ସଂଘ ବିରୋଧ କରୁଛି। ଗ୍ରାଜୁଏଟ ପିଲାଙ୍କ ଦରମା ୧୬ ହଜାର ଥିବା ବେଳେ ମାଟ୍ରିକ ପିଲାଙ୍କ ଦରମା ୭୦ ହଜାର ଟଙ୍କା ରହିଛି। ଏଭଳି ଅସଙ୍ଗତି ଦୂର ପାଇଁ ଚାଲିଛି ପ୍ରତିବାଦ,”। ଗ୍ରାମାଞ୍ଚଳରେ ହଜାର ହଜାର ସ୍ଵୟଂ ସହାୟକ ଗୋଷ୍ଠୀ ତିଆରି କରିବାରେ ଏମାନଙ୍କର ରହିଛି ବଡ ଭୂମିକା। ଅଭିଜ୍ଞତା ଥାଇ isds ପୋଷ୍ଟ ଗ୍ରୁପ’ ବି’ ହୋଇଥିବାରୁ ଶିକ୍ଷା କ୍ଷେତ୍ରରେ ଏଭଳି ଅଣଦେଖାକୁ ସମସ୍ତେ ନାପସନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *