ବଦଳିବ ବାଲେଶ୍ୱର ଷ୍ଟେସନର ରୂପରେଖ

ବାଲେଶ୍ଵର: ବଦଳିବ ବାଲେଶ୍ବର ରେଳ ଷ୍ଟେସନର ରୂପରେଖ । ଷ୍ଟେସନର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିଛନ୍ତି ଯାତ୍ରୀ ସେବା ଓ ସୁବିଧା କମିଟି PSC ଟିମର ୪ ଜଣ ସଦସ୍ୟ ବାଲେଶ୍ବର ଷ୍ଟେସନ ପରିଦର୍ଶନ କରିଛନ୍ତି। ରେଳବାଇର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ରେଳ ଷ୍ଟେସନରେ ପ୍ରସ୍ତାବିତ ନୂତନ ଷ୍ଟେସନ ଗୃହ ନିର୍ମାଣ , ରେଳ ଡେଭେଲପମେଣ୍ଟ ଦ୍ବାରା ପ୍ରସ୍ତାବିତ ବ୍ୟବସାୟିକ ଗୃହ ନିର୍ମାଣ , ଶୋଭାରାମପୁର ଠାରୁ ଆନନ୍ଦ ବଜାର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ , ଷ୍ଟେସନର ସୌନ୍ଦର୍ଯ୍ୟକରଣ , ଶୋଭାରାମପୁର ଏବଂ ଅଙ୍ଗାରଗଡିଆ ରେଳ ଓଭରବ୍ରିଜର ଶୀଘ୍ର କାର୍ଯ୍ୟ ସମାପ୍ତି , ବାମପଦା ଠାରେ ଥିବା ଲେଭେଲ କ୍ରସିଂର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ଅମର୍ଦା ରୋଡ଼ ଠାରେ ଉଡ଼ନ୍ତା ପୋଲ, ବସ୍ତାରେ ଦୁଇ ଗୋଟି ଉଡ଼ନ୍ତା ପୋଲ , ଜଳେଶ୍ୱର ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ମାର୍କୋଣା ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ସୋରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ଜଳେଶ୍ବରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଲକ୍ଷଣନାଥ ଠାରୁ ରାଣୀତାଲ ପର୍ଯ୍ୟନ୍ତ ତୃତୀୟ ଲାଇନ କାର୍ଯ୍ୟ ଖୁବ ଶୀଘ୍ର ଶେଷ କରିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି।ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,” ଏକ ମଡେଲ ଷ୍ଟେସନ କରିବା ଲକ୍ଷ୍ୟରେ ଇଏ ହେଉଛି ଏକ ପଦକ୍ଷେପ। ପ୍ରଥମ ପର୍ଯ୍ୟାୟରେ ୧୩ କୋଟି ଓ ମୋଟା ୩୦ କୋଟି ଟଙ୍କାର ପ୍ରକଳ୍ପ ବାଲେଶ୍ୱର କାର୍ଯ୍ୟ ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନା ହୋଇଛି । ଆଗାମୀ ଦିନରେ ଆହୁରି ଅନୁଦାନ ଆସିବ ଏବଂ ଷ୍ଟେସନରେ ଆହୁରି ଉନ୍ନତିମୂଳକ କାର୍ଯ୍ୟ ହେବ”। “ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ କହିଛନ୍ତି,”ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ଦାବି ଥିଲା ଷ୍ଟେସନର ବିକାଶ। ଏବେ ୩୦ କୋଟି ଟଙ୍କାର ଯେଉଁ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି ନିଶ୍ଚୟ ଷ୍ଟେସନ ର ବିକାଶ ସହିତ ଯାତ୍ରୀ ଉପକୃତ ହୋଇପାରିବେ”। “ବାଲେଶ୍ୱର ଷ୍ଟେସନ ପାଇଁ ଚୁକ୍ତିନାମା ୨୦.୦୧.୨୦୨୧ ତାରିଖ ପୂର୍ବରୁ ଭିଡିଓ LOA ନମ୍ବର SER CONST-HQ-ENGG / 4197-GRC-CE-C-HQ-57-2020 / 00829460031148 ପ୍ରଦାନ କରାଯାଇଛି। ପାଖାପାଖି ମୂଲ୍ୟ ହେଉଛି ୧୩ କୋଟି ଟଙ୍କା । ଯେଉଁଥିରେ ବାଲେଶ୍ୱର ଷ୍ଟେସନ ବିଲଡିଂ କାର୍ଯ୍ୟ କରିବା ଲକ୍ଷ୍ୟ ରଖିଛି ରେଲୱେ। ୨ଟି ପର୍ଯ୍ୟାୟରେ ବାଲେଶ୍ୱର ଷ୍ଟେସନର ବିକାଶ ସହିତ ବାଲେଶ୍ୱର ଷ୍ଟେସନ ବିଲଡିଂ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ଷ୍ଟେସନ ବିଲଡିଂ-ଆନୁମାନିକ ମୂଲ୍ୟ ୧୩ କୋଟି ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅତିରିକ୍ତ ଏଣ୍ଟ୍ରି ପ୍ଲାଟଫର୍ମ, FOB, ସର୍କୁଲାର୍ ଏରିଆ, ଷ୍ଟେସନରେ ଅତ୍ୟାବଶ୍ୟକ ସୁବିଧା ଇତ୍ୟାଦି ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୧୭କୋଟି ଖର୍ଚ୍ଚ ଯୋଜନା କରାଯାଇଛି,” କହିଛନ୍ତି ଖଡ଼ଗପୁର ଡିଭିଜନ DRM ଏମ. ପ୍ରଧାନ।

Leave a Reply

Your email address will not be published. Required fields are marked *