କୋଠଘର ସାହିତ୍ୟ ପରିବାରର ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ

ଭୁବନେଶ୍ୱର : କୋଠଘର ଆମ ସାହିତ୍ୟ ପରିବାର ର ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ ପର୍ବ ବୁଦ୍ଧ ମନ୍ଦିର ପରିସର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।କୋଠଘରର ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ପୋଲିସ ମହା ନିର୍ଦ୍ଦେଶକ,ସୁସହିତ୍ୟି ଶ୍ରୀଯୁକ୍ତ ବିପିନ୍ ବିହାରୀ ମିଶ୍ର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।
କାର୍ଯ୍ୟକାରୀ ସଭାପତି କଥାକାର ଡଃ ସୁଷମା ମିଶ୍ରଙ୍କ ସଭାପତିତ୍ୱରେ ,ସମ୍ମାନିତ ଅତିଥି ଭାବରେ ସୁସାହିତିକା କାଦମ୍ବିନୀ ର ସମ୍ପାଦିକା ଡଃ ଇତି ସାମନ୍ତ, ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ପ୍ରଦୋଷ ପଟ୍ଟନାୟକ, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡଃ ହରିହର କାନୁନ୍ ଗୋ, ମୁଖ୍ୟବକ୍ତା ଭାବରେ ବିଶିଷ୍ଠ ସାହିତ୍ୟିକ ଦାଶ ବେନହୁର ଯୋଗଦେଇଥିଲେ । ସମାଜ ସହିତ ସାହିତ୍ୟ କିପରି ଓତୋପ୍ରୋତ ଭାବରେ ଜଡିତ ଏହାର ବିଭିନ୍ନ ଦିଗ ଉପରେ ସମସ୍ତ ଅତିଥି ଆଲୋକପାତ କରିବା ସହିତ କୋଠଘର ର କାର୍ଯ୍ୟଧାରାକୁ ଭୁୟସୀ ପ୍ରଶଂସା କରିଥିଲେ ।
ଦୁରଦର୍ଶନ ଉପସ୍ଥାପକ ଶିବାନନ୍ଦ ବାରିକ୍ ମଞ୍ଚ ସଂଚାଳନା ଓ ଯୁଗ୍ମ ସମ୍ପାଦକ ଡଃ ଦେବାଶିଷ ମହାପାତ୍ର ଅତିଥି ପରିଚୟ ଏବଂ କୋଠଘର ପ୍ରତିଷ୍ଠାତା,ସମ୍ପାଦିକା ସୁସାହିତ୍ୟିକା ଅମ୍ବିକା ସ୍ୱାଇଁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଅତିଥି ଙ୍କ କରକମଳରେ କୋଠଘର ପତ୍ରିକା ଏବଂ
ଡଃ ଅଞ୍ଜଳି ତ୍ରିପାଠୀଙ୍କ ର ଭକ୍ତି କବିତା ପୁସ୍ତକ ଛପନ ଭୋଗ , ଶ୍ୱେତପଦ୍ମା ପାଢ଼ୀଙ୍କ ର ଗଳ୍ପ ପୁସ୍ତକ ……….ଉନ୍ମୋଚିତ ହୋଇଥିଲା ।
ଓଡ଼ିଶାର ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ଶୁଶ୍ରୀ ଶୈଳଭାମା ମହାପାତ୍ର ଏବଂ ପ୍ରାକ୍ତନ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କୁ ସମ୍ପାଦିକାଙ୍କ ମାତା -ପିତାଙ୍କ ସ୍ମୃତିରେ ଶୈଳଭାମା ବିମ୍ବାଧର ସ୍ମୃତି ସେବା ସମ୍ମାନ ପ୍ରଦାନ କରିଥିଲେ ତାଙ୍କର ଜ୍ୟେଷ୍ଠ ପୁତ୍ର ଅଗ୍ନିଶମ ବିଭାଗର ମୁଖ୍ୟ ପ୍ରାକ୍ତନ ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ । କୋଠଘର ସାହିତ୍ୟ ସମ୍ମାନ ଓ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ ଡଃ ସୁଷମା ମିଶ୍ର,ଡଃ ଦେବାଶିଷ ମହାପାତ୍ର, ସୁଷମା ପରିଜା,ନମିତା ପାଇକ୍ ରାୟ, ଆଶୁତୋଷ ମେହେର, ଡଃ ହିମାଦ୍ରୀ ତନୟା ମିଶ୍ର ପୂର୍ଣ୍ଣାନନ୍ଦ ମହାନ୍ତି, ସଂଯୁକ୍ତା ପରିଡା , ମଞ୍ଜୁଲତା ସିଂ,,ଅରୁଣ କୁମାର ମହାନ୍ତି,ଭାରତୀ ପରିଡା ଇତ୍ୟାଦି । ପ୍ରଥମ ଅଧିବେଶନରେ କୋଠଘର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା ।ଏଥୁରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ ସୁସାହିତିକ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ । ଶହେ ରୁ ଅଧୁକ କବି ଯୋଗଦେଇ କବିତା ପାଠ କରିଥିଲେ ସଂଯୋଜନା କରିଥିଲେ କବି ପୂର୍ଣାନନ୍ଦ ମହାନ୍ତି, ପ୍ରୀତି ରଞ୍ଜନ ନାୟକ,ଡଃ ହିମାଦ୍ରୀ ତନୟା ମିଶ୍ର । ଏହି ସାରସ୍ୱତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ଶ୍ରୀଯୁକ୍ତ ସୂର୍ଯ୍ୟ ମିଶ୍ର,ରକ୍ଷକ ନାୟକ,ଡଃ ସୁଚେତା ରାଉତ,କାନନ ବାଳା ପଟ୍ଟନାୟକ, ସବିତା ବେଗେରା,ସରୋଜ ରଞ୍ଜନ ପଟ୍ଟନାୟକ, ବାସନ୍ତୀ ଦାସ,ପୂର୍ଣ୍ଣ ପଟ୍ଟନାୟକ,ବାଉରିବନ୍ଧୁ ଲେଙ୍କା,ଡଃ ଶଶୀ ଭୂଷଣ ମହାପାତ୍ର, ଅରୁଣ ବିଶ୍ୱାଳ ପ୍ରମୁଖ । କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ, ସହ ସମ୍ପାଦକ ଅରୁଣ କୁମାର ମହାନ୍ତି,ମମତା ବାରିକ୍ ,ସ୍ୱାତି, ମହାପାତ୍ର,ଡଃ ସରୋଜିନୀ ପାଣି, ଅମ୍ବରିଷ ଶତପଥୀ, ଅନିତା ପାଣି, ଅଶାଲତା ଦିକ୍ଷୀତ ,ସୁଜାତା ରାଉତରାୟ । କାର୍ଯ୍ୟକ୍ରମ ଶେଷରେ
ଧନ୍ୟବାଦ ଅର୍ପଣ କରିଥିଲେ କବି ଅଶୁତୋଷ ମେହେର । ସମ୍ପାଦିକା ଅମ୍ବିକା ସ୍ୱାଇଁ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *