ନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଯୁବତୀ ଅର୍ଚ୍ଚନାଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ
ଭୁବନେଶ୍ୱର: ଫେସ୍ବୁକ୍ରେ ସମ୍ପର୍କ । କିଛିଦିନ ପରେ ଫୋନ୍ରେ ପ୍ରେମାଳାପ । ତା’ପରେ ଶାରୀରିକ ସମ୍ପର୍କ ସ୍ଥାପନ । ଅନ୍ତରଙ୍ଗ ମୁହୂର୍ଭର ଭିଡିଓ ସୁଟିଂ କରି ବ୍ଲାକ୍ମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ମୂଳ ଲକ୍ଷ୍ୟ । ଏମିତି ବ୍ଲାକ୍ମେଲିଂ କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ତାଙ୍କ ନାଁ ଅର୍ଚ୍ଚନା ନାୟକ । ତାଙ୍କ ଠାରୁ ପୁଲିସ୍ ୨ଟି ପେନ୍ଡ୍ରାଇଭ୍ ଓ ୨ଟି ମୋବାଇଲ୍ ଜବତ କରିଛି। ସେ ପେନ୍ଡ୍ରାଇଭ୍ ରେ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀ, ପୁଲିସ୍ ଓ ବିଲ୍ଡରଙ୍କ ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍ ପୁଲିସ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କିଛି ଦିନ ତଳେ ଉକ୍ତ ମହିଳାଙ୍କ ନାମରେ ନୟାପଲ୍ଲୀ ଥାନାରେ ଜଣେ ଓଡ଼ିଆ ପ୍ରଯୋଜକ ବ୍ଲାକ୍ମେଲିଂ ଅଭିଯୋଗ ଆଣିଥିଲେ | ଶୁକ୍ରବାର ଅର୍ଜନାଙ୍କୁ ମହିଳା ଥାନା କିମ୍ବା ଖଣ୍ଡଗିରି ଥାନା ପୁଲିସ୍ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।