ମାଟ୍ରିକ୍ ପରୀକ୍ଷାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତିର ସଫଳତା

ଭୁବନେଶ୍ବର : ୨୦୨୩ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉକ୍ତ ପରୀକ୍ଷାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ବାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି । ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ୱାରା ସାରା ଓଡ଼ିଶାରେ ୯୯୪ଟି ଶିଶୁ ବିଦ୍ୟା ମନ୍ଦିର ପରିଚାଳିତ ହେଉଅଛି । ତନ୍ମଧ୍ୟରୁ ବିଦ୍ୟା ମନ୍ଦିରମାନଙ୍କରେ ମୋଟ ୧୬୮୨୩ ଜଣ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ସେଥ୍ମଧ୍ୟରୁ ୧୬୮୨୩ ଜଣ (୧୦୦%) ଛାତ୍ରଛାତ୍ରୀ ଉତ୍ତୀର୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮୯ (୯୮.୧୬:) ନମ୍ବର ରଖ୍ ଯୁଗ୍ମ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଶ୍ରୀ ଗୌରୀଶଙ୍କର ନନ୍ଦ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାନ୍ଧୀମାର୍ଗ, ଅନୁଗୁଳ ଏବଂ ଶ୍ରୀ ବିଶ୍ବଜିତ ଭୂୟାଁ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରାମହରିନଗର, ବ୍ରହ୍ମପୁର। ସମଗ୍ର ରାଜ୍ୟର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉତ୍ତୀଏଁ ଫଳ ନିମ୍ନରେ ସୂଚୀତ କରାଗଲା । A 1 = 1261, A 2 = 4546, B 1 = 5247, B 2 = 3557, C = 1657, D = 479, E = 76 ଏହି ପରୀକ୍ଷାରେ ଉତ୍କର୍ଷତା ହାସଲ କରିଥିବାରୁ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଭାପତି, ସମ୍ପାଦକ, ସଂଗଠନ ସମ୍ପାଦକ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟଆଚାର୍ଯ୍ୟ ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *