ଏସିଆନ ଗେମ୍ସ: ଜ୍ୟୋତି ଭେନ୍ନାମ ଓ ଓଜାସ ଦେଓତାଲେ ଜିତିଲେ ସ୍ୱର୍ଣ୍ଣ ପଦକ

ଏସିଆନ୍ ଗେମସରେ ଟିମ୍ ଇଣ୍ଡିଆ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ଏପର୍ଯ୍ୟନ୍ତ ଭାରତ ୧୬ଟି ସ୍ୱର୍ଣ୍ଣ ପଦକ ପାଇଛି । ଆଜି ଜ୍ୟୋତି ଭେନ୍ନାମ ଓ ଓଜାସ ଦେଓତାଲେ ଆର୍ଚେରୀର ମିକ୍ସଡ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୭୧ରେ ପହଞ୍ଚିଛି। ଭାରତ ସମୁଦାୟ ୧୬ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ, ୨୯ଟି ବ୍ରୋଞ୍ଜ ସହ ୭୧ଟି ପଦକ ହାସଲ କରି ସାରିଛି। ୨୦୧୮ ଏସିଆନ ଗେମସରେ ଭାରତ ୭୦ଟି ପଦକ ପାଇଥିଲା ।

ଗତକାଲି ମଧ୍ୟ ଆଥଲେଟିକ୍ସରେ ଭାରତକୁ ୨ଟି ସ୍ୱର୍ଣ୍ଣ ସହ ୬ଟି ପଦକ ମିଳିଥିଲା । ଏଥିସହ ବକ୍ସିଂରେ ୨ଟି ଏବଂ କାନୋଇଂରେ ଭାରତୀୟ ଖେଳାଳିମାନେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଆଜି ଏସିଆନ୍ ଗେମ୍ସରେ ସମସ୍ତଙ୍କ ନଜରରେ ରହିବେ ଅଲିମ୍ପିକ୍ସ ଓ ୱାର୍ଲଡ ଚାମ୍ପିୟନ୍ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା। ଆଜି ସେ ଟ୍ରାକକୁ ଓହ୍ଲାଇବେ । ୨୦୧୮ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଜିତିସାରିଥିବା ନୀରଜ କ୍ରମାଗତ ଦ୍ବିତୀୟ ଥର ଲାଗି ଏହାକୁ ବଜାୟ ରଖିବାକୁ ଚେଷ୍ଟା କରିବେ। ତାଙ୍କ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନର ଅର୍ଶଦ ନଦୀମ ଆହତ କାରଣରୁ ଓହରିଯିବା ପରେ ନୀରଜଙ୍କ ବିଜୟ ସମ୍ଭାବନା ଅଧିକ ରହିଛି ।

ସେହିପରି ଜାଭେଲିନ୍ ଥ୍ରୋରେ ଓଡ଼ିଆ ପୁଅ କିଶୋର ଜେନା ମଧ୍ୟ ଭାଗ ନେବେ। ସେହିପରି ଆଥଲେଟିକ୍ସରେ ଭାରତୀୟ ଖେଳାଳିଙ୍କଠାରୁ ଅନେକ ଗୁଡିଏ ପଦକ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *