୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ଲୋଗୋ ଉନ୍ମୋଚିତ, କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଓ ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବରରୁ ୧୧ରୁ ଆରମ୍ଭ ହେବ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ମହିଳା ଫୁଟବଲ ବିଶ୍ୱକପ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଖବର ଅନୁଯାୟୀ, ଅଣ୍ଡର-୧୭ ମହିଳା ଫୁଟବଲ୍ ବିଶ୍ବକପ୍ ର ମ୍ୟାଚ ଭୁବନେଶ୍ବର, କୋଲକାତା ଏବଂ ଅହମ୍ମଦାବଦରେ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧ରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହାପରେ ୧୪ ଏବଂ ୧୭ରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ବକପ୍ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚକୁ ଷ୍ଟାଡିୟମରେ ବସି ଦେଖିପାରିବେ ଦର୍ଶକ । ଚଳିତ ମାସ ଶେଷ ଆଡ଼କୁ ଟିକେଟ ବିକ୍ରି ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *