ବିଧାନସଭା ନିର୍ବାଚନ : ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କଡ଼ା ଟକ୍କର ଦେବେ ଭୀମ ଆର୍ମିର ଚିଫ୍ ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସିଧାସଳଖ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଚଳିତ ବିଧାନସଭା ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ପ୍ରାର୍ଥୀ ହେବେ।

ଏହା ତାଙ୍କ ଗଡ଼ ଭାବେ ପରିଚିତ। ହେଲେ ଯୋଗୀଙ୍କୁ ତାଙ୍କରି ଗଡ଼ରେ ଚ୍ୟାଲେଞ୍ଜ ଦେବେ ଆଜାଦ। କାରଣ ଆଜାଦ ତାଙ୍କ ଦଳ ଆଜାଦ ସମାଜ ପାର୍ଟି ପକ୍ଷରୁ ଗୋରଖପୁର ଆସନରେ ଲଢ଼ିବେ। ଏ ସମ୍ପର୍କରେ ଆଜାଦ ସମାଜ ପାର୍ଟି ଟ୍ୱିଟ ଯୋଗେ ସୂଚନା ଦେଇଛି।

ଆଜାଦଙ୍କ ଦଳ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ମିଶି ଲଢ଼ିବାକୁ ଚାହୁଁଥିଲା। ହେଲେ ଶେଷ ମୁହୂର୍ତ୍ତରେ ଦୁଇ ଦଳ ମଧ୍ୟରେ ମେଣ୍ଟ ସମ୍ଭବ ହୋଇ ନଥିଲା। ଏଥିରେ ଆଜାଦ କ୍ଷୁବ୍ଧ ହେବା ସହ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *