ନୂତନ ଓଡ଼ିଆ ଚଳଚ୍ଚିତ୍ର ବିଶ୍ଵାସ- ଦ ଲାଇଟ୍ ଓଭର ଡାର୍କନେସ୍ ର ଅଡିଓ ଉନ୍ମୋଚନ


ଭୁବନେଶ୍ୱର, ୫ ନଭେମ୍ବର ୨୦୨୧ : ସୁଧନ୍ୟା କ୍ରିଏଟିଭସ୍ ର ପ୍ରଥମ ଅବଦାନ ତଥା ଚିନ୍ମୟ ଦାସ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂତନ ଓଡ଼ିଆ ଚଳଚ୍ଚିତ୍ର ବିଶ୍ଵାସ-ଦ ଲାଇଟ୍ ଓଭର ଡାର୍କନେସ୍ ର ଅଡିଓ ଉନ୍ମୋଚନ ଆଜି ସ୍ଥାନୀୟ ପ୍ରେସକ୍ଲବଠାରେ ଆୟୋଜିତ ହୋଇଯାଇଅଛି । ଏହି ଚଳଚ୍ଚିତ୍ରରେ ସ୍ଥାନିତ ୫ଟି ଗୀତ ବେଶ୍ ସୁମଧୁର ହୋଇଥିବା ସହ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି । ପ୍ରତ୍ୟେକ ଗୀତରେ ବେଶ୍ ଉଚ୍ଚକୋଟୀର ଗୀତ ରଚନା ଠାରୁ ନେଇ, ସ୍ୱର ସଂଯୋଜନା, କଣ୍ଠ ଦାନ ଅତ୍ୟନ୍ତ ଲାଳିତ୍ୟପୂର୍ଣ୍ଣ ହୋଇପାରିଛି ।
ଏହି ଭବ୍ୟ ସମାରୋହରେ ଓଡିଶାର ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି, ଓଡ଼ିଆ ଭାଷା ଓ ସାହିତ୍ୟ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ, ଶ୍ରୀ ଉମାକାନ୍ତ ସାମନ୍ତରାୟ, ମାନ୍ୟବର ବିଧାୟକ, ସତ୍ୟବାଦୀ, ଶ୍ରୀ ସୁଶାନ୍ତ ରାଉତ, ମାନ୍ୟବର ବିଧାୟକ, ଭୁବନେଶ୍ୱର (ଉତର) ଓ ଶ୍ରୀ ନିଶିକାନ୍ତ ମିଶ୍ର, ସିଏମଡି, ଟିମ୍ ଏଡମାର୍କ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।


ଅନ୍ୟମାନଙ୍କ ମଧ୍ୟରେ ବିଶ୍ବାସ ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ଶ୍ରୀ ଚିନ୍ମୟ ଦାସ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ଶତପଥୀ, ସୁଧନ୍ୟା କ୍ରିଏଟିଭ ପ୍ରଯୋଜକ ଡକ୍ଟର ବିବେକାନନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ନିର୍ଦ୍ଦେଶକ ଶ୍ରୀ ଚିନ୍ମୟ ଦାସ ପଟ୍ଟନାୟକ କାହାଣୀଟିକୁ ସଂପୂର୍ଣ୍ଣ ରୂପରେଖ ଦେବା ସହ ଅତି ନିଖୁଣ ଭାବେ ଏହାର ଚିତ୍ରନାଟ୍ୟ, ସଂଳାପ, ଗୀତ ଆଦି ରଚନା କରିଛନ୍ତି । ଏହି ଚଳଚ୍ଚିତ୍ର ଏବଂ ଏଥିରେ ଝୁମିବା ପରି ଥିବା ପ୍ରତ୍ୟେକ ଗୀତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଓଡ଼ିଶାର ଆକର୍ଷଣୀୟ ସ୍ଥାନ ମୟୁରଭଞ୍ଜ ଏବଂ ଶ୍ରୀକ୍ଷେତ୍ର ପୁରୀ ତଥା ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ସୁଟିଂ କରାଯାଇଛି । ଯଦ୍ୱାରା ଏହି ସୁମଧୁର ସଙ୍ଗୀତ ଶ୍ରୋତା ତଥା ଦର୍ଶକଙ୍କୁ ଏକ ପ୍ରାକୃତିକ ଅମରତ୍ୱ ପ୍ରଦାନ କରିବା ସହ ନିଶ୍ଚୟ ଏକ ତୃପ୍ତି ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *