ନୂତନ ଯୁଗରେ ଓଡ଼ିଆ କଣ୍ଟେଣ୍ଟ : AAO NXTର ଓରିଜିନାଲ ସିରିଜ ‘ଆନ୍ଥୋନି’

ଭୁବନେଶ୍ୱର: ଚଳଚ୍ଚିତ୍ର ଦୁନିଆରେ ଆଜି କାଲି ଯୁଗ ହେଉଛି ଓଟିଟି ଓ କଣ୍ଟେଣ୍ଟ ର। ସେହି ଯୁଗ ସହ ତାଳ ମିଳାଇ ଚାଲୁଅଛି ଓଡ଼ିଆ ସିନେମା ଓ ୱେବସିରିଜ । AAO NXT ପକ୍ଷରୁ ଆଜି ତାର ଏକ ଓରିଜିନାଲ ସିରିଜ ‘ଆନ୍ଥୋନି’ ରିଲିଜ ହୋଇଛି।ଯାହାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଶାର ଏକ ଆଗ ଧାଡିର ଅଭିନେତା ‘ ମନୋଜ ମିଶ୍ର’। ଆଜି ପ୍ରେସ କ୍ଲବ ଅଫ ଓଡ଼ିଶା ରେ ଏହାର ଏକ ସ୍ପେସାଲ ସ୍କ୍ରିନିଙ୍ଗ ରଖାଯାଇଥିଲା। ଏଥିରେ କାହାଣୀ ର ସମସ୍ତ କଳାକାର ତଥା ଏହାର ନିର୍ଦ୍ଦେଶକ ‘ ବିରେନ ଜ୍ୟୋତି ମହାନ୍ତି ‘ , ପ୍ରଜୋଜକ ତଥା AAO NXT ର ସିଇଓ ‘ କୌଶିକ ଦାସ ‘ ଯୋଗଦାନ କରିଥିଲେ। ମୁଖ୍ୟ ଅଭିନେତା ମନୋଜ ଦାସ କୌଣସି କାରଣରୁ ସେ ଉପସ୍ଥିତ ରହି ପାରିନଥିଲେ।

ଏଥିରେ ଆନ୍ଥୋନି ଚରିତ୍ର ରେ ଅଭିନୟ କରିଥିବା ମନୋଜ ଦାସ ହେଉଛନ୍ତି ଜଣେ ଲୋକପ୍ରିୟ ରାଜନେତାଙ୍କ ଗ୍ୟାଙ୍ଗ ର ଜଣେ କୁଖ୍ୟାତ ସଦସ୍ୟ ଯାହାଙ୍କ ପରିଚୟ ଅଜ୍ଞାତ ରହିଛି ଯିଏ ନିଜ ପରିଚୟ ହଜାଇଛନ୍ତି । ଏହାକୁ ଫେରି ପାଇବା ପାଇଁ ହୋଇଥିବା ହଟ୍ଟଗୋଳ ଶେଷରେ ଚଳଚ୍ଚିତ୍ର ରେ ଥିବା ମୁଖ୍ୟ ଚରିତ୍ର ମାନଙ୍କର ସତ୍ୟ ଉନ୍ମୋଚନ କରୁଛି।
ନିର୍ଦ୍ଦେଶକ ଙ୍କ କହିବା ଅନୁସାରେ ସେ ଏପରି ସୁପର ନ୍ୟାଚୁରାଲ ସିରିଜ ଓଡ଼ିଆ ଭାଷାରେ କେବେଠାରୁ କରିବାକୁ ଚାହୁଁଥିଲେ। ସେ ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଦର୍ଶକଙ୍କ ଭଲପାଇବା ଆଶା କରିଥିଲେ ଯାହା ଫଳରେ ସେ ଆଗାମୀ ଦିନରେ ଆହୁରି ଭଲ ଚଳଚ୍ଚିତ୍ର ଭେଟି ଦେଇପାରିବେ। ଏହାର ପ୍ରଜୋଜକ କହିଛନ୍ତି ଏପରି ବିଷୟବସ୍ତୁ ଉପରେ ଆଗରୁ କେବେ ଓଡ଼ିଆ ଦର୍ଶକ କିଛି ଦେଖିନଥିବେ । ସମସ୍ତେ ନିଜ ମୋବାଇଲ ଫୋନ ରେ ଏହାର ମଜା ନିଅନ୍ତୁ ଓ ଏହା ପ୍ରତି ଉଚିତ ନ୍ୟାୟ କରନ୍ତୁ।

Leave a Reply

Your email address will not be published. Required fields are marked *