ଜାଲ କାଗଜପତ୍ର ଜରିଆରେ ଗ୍ରାହକଙ୍କୁ ଚୁନ ମାରି ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ବ୍ୟାଙ୍କ କର୍ମଚାରୀ ଗିରଫ , ଧରିଲା EOW

ଭୁବନେଶ୍ୱର : ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ବନ୍ଧା ହେଲେ ବାପୁଜିନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜରଙ୍କ ସମେତ ୩ ଜଣ । ଗିରଫ ଦୁଇ ସହଯୋଗୀ ହେଲେ ଫିଲଡ଼ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା ।
ଜାଲ କାଗଜପତ୍ର ଜରିଆରେ ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ଏହି ୩ ଜଣଙ୍କୁ ଗିରଫ କରାଯାଇଛି । ଗ୍ରାହକଙ୍କ ଡକ୍ୟୁମେଣ୍ଟକୁ ଭିତ୍ତିକରି ବ୍ୟାଙ୍କ କର୍ମଚାରୀ ଟଙ୍କା ହଡ଼ପ କରିଥିଲେ । ୨୦୧୭ ମସିହାରେ ଏହି ଠକେଇ ହୋଇଥିବା ବେଳେ ଗତ ଡିସେମ୍ବର ମାସରେ EOW ରେ ଏ ନେଇ ଅଭିଯୋଗ ହୋଇଥିଲା

Leave a Reply

Your email address will not be published. Required fields are marked *