ପ୍ରଧାନମନ୍ତ୍ରୀ ମୋଦି ଆଜି ମଧ୍ୟପ୍ରଦେଶର ଉଜୈନରେ ମହାକାଳ ଲୋକ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୫.୪୫ରେ ଶ୍ରୀ ମହାକଳେଶ୍ୱର ମନ୍ଦିରରେ ପହଞ୍ଚି ଦର୍ଶନ ପୂଜା କରିବେ। ଏହା ପରେ ସେ ‘ନନ୍ଦୀ ଦ୍ୱାର’କୁ ଯାଇ କରିଡରର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ ମୋଦି ଆଜି ମଧ୍ୟପ୍ରଦେଶର ଉଜୈନରେ ମହାକାଳ ଲୋକ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୫.୪୫ରେ ଶ୍ରୀ ମହାକଳେଶ୍ୱର ମନ୍ଦିରରେ ପହଞ୍ଚି ଦର୍ଶନ ପୂଜା କରିବେ। ଏହା ପରେ ସେ ‘ନନ୍ଦୀ ଦ୍ୱାର’କୁ ଯାଇ କରିଡରର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ସିଏମ ଶିବରାଜ ସିଂ ଚୌହାନ ଓ ୨୦୦ରୁ ଅଧିକ ସାଧୁ ଯୋଗଦେବେ।

ପ୍ରଧାନମନ୍ତ୍ରୀ ମୋଦି ଏହି ଶୁଭାରମ୍ଭ ପରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଗାୟକ କୈଳାଶ ଖେରଙ୍କ ଦ୍ୱାରା ଲିଖିତ ଓ ଗାଇଥିବା ମହାକାଳ ଗୀତ ମଧ୍ୟ ଏହି ସଭାରେ ରିଲିଜ କରାଯିବ। ଖେର ମଧ୍ୟ ଏଠାରେ ପ୍ରଦର୍ଶନ କରିବେ।

ଉଲ୍ଲେଖନୀୟ ବିଷୟ ହେଉଛି, କେଦାରନାଥରେ ନବନିର୍ମାନ, କାଶୀ ବିଶ୍ୱନାଥରେ କମ୍ପ୍ଲେକ୍ସର ସମ୍ପ୍ରସାରଣ ଓ ସୋମନାଥରେ ନବନିର୍ମାନ ପରେ ମହାକୃଷ୍ଣ ମନ୍ଦିର ହେଉଛି ଚତୁର୍ଥ ଜ୍ୟୋତିର୍ଲିଙ୍ଗ, ଯେଉଁଠାରେ ନବୀକରଣ କାର୍ଯ୍ୟ କରାଯାଇଛି।

୫୮୬ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଉଜୈନରେ ମହାକାଳେଶ୍ୱର ମନ୍ଦିର କରିଡର ବିକାଶ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ଏଠାରେ ବାଲୁକା ପଥରରେ ୧୦୮ଟି ସ୍ତମ୍ଭ ତିଆରି କରାଯାଇଛି। ଏହାର ଉପରେ ଏକ ‘ତ୍ରିଶୁଳ’ ଓ ଭଗବାନ ଶିବଙ୍କ ‘ମୁଦ୍ରା’ ଅଛି। ଦେବତାଙ୍କର କଳାତ୍ମକ ମୂର୍ତ୍ତିଗୁଡ଼ିକ ସହିତ ଶିବ ପୁରାଣର କାହାଣୀ ଚିତ୍ରିତ ୫୩ ଆଲୋକିତ ମୂର୍ତ୍ତି ମଧ୍ୟ ଅଛି।

Leave a Reply

Your email address will not be published. Required fields are marked *