ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଭୁବନେଶ୍ୱର ମହାନଗର ନିଗମ ; ସର୍ବଦଳୀୟ ବୈଠକରେ ପ୍ରଶାସନର ପ୍ରସ୍ତାବକୁ ବିରୋଧ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମର ପ୍ରସ୍ତୁତି। ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ସର୍କିଟ ହାଉସରେ ଆୟୋଜିତ ହୋଇଥିଲା ସର୍ବଦଳୀୟ ବୈଠକ। ବିଶେଷ କରି ଭୋଟର ତାଲିକା ସଂଶୋଧନ, ବିଭିନ୍ନ ୱାର୍ଡ଼ର ସୀମା ନିର୍ଦ୍ଧାରଣ, ବୁଥ୍ ସଂଖ୍ୟା ଓ ଏହାର ପରିଚାଳନା ପ୍ରସଙ୍ଗରେ ଏହି ସର୍ବଦଳୀୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଭୁବନେଶ୍ୱର ଏଡ଼ିଏମ ପ୍ରଫୁଲ୍ଲ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଏଡ଼ିଏମ ପ୍ରଫୁଲ୍ଲ ସ୍ୱାଇଁଙ୍କ ସୂଚନା ଅନୁସାରେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସୀମା ପୁର୍ନଗଠନ ଓ ଭୋଟର ତାଲିକା ସଂଶୋଧନ କରାଯାଇଛି। ସବିଶେଷ ତଥ୍ୟ କହୁଛି ଏଥର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୭ ଲକ୍ଷ ୨୭ ହଜାରରୁ ଅଧିକ ଥିବା ବେଳେ ୱାର୍ଡ଼ ସଂଖ୍ୟା ସେହି ୬୭ରେ ସୀମିତ ରହିଛି।

ର୍ବାଚନ ପରିଚାଳନା ପାଇଁ ମୋଟ ୨୧୯ଟି ପୁଲିଂ ସେଣ୍ଟର ଥିବା ବେଳେ ୬୯୯ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯିବ। ବୈଠକରେ ଏନେଇ ବିଭିନ୍ନ ରାଜନୈତିକ ଦଳର ମତାମତ ଆହ୍ୱାନ କରାଯିବା ସହିତ ଆପତ୍ତି ଅଭିଯୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୱାର୍ଡ଼କୁ ନେଇ ବିଭିନ୍ନ ଆପତ୍ତି ଅଭିଯୋଗ ଓ ଭୋଟର ତାଲିକା ସଂଶୋଧନ ନିମନ୍ତେ ପ୍ରସ୍ତାବ ଆହ୍ୱାନ କରାଯାଇଛି। ଏହି ୩ ଦିନ ମଧ୍ୟରେ କିଛି ଆପତ୍ତି ଅଭିଯୋଗ ଥିଲେ ତାହା ଏଡ଼ିଏମଙ୍କ ଅବଗତ କରାଯିବ। ଆପତ୍ତି ଠିକ୍ ଥିଲେ ତାକୁ ସଂଶୋଧନ ପାଇଁ ଉଦ୍ୟମ କରାଯିବ।

Leave a Reply

Your email address will not be published. Required fields are marked *