ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ; ବିଜେପିରେ ମିଶିବେ ନେତ୍ରୀ ପ୍ରିୟଙ୍କା ମୌର୍ଯ୍ୟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସକୁ ସବୁଠାରୁ ବଡ଼ ଝଟକା ଲାଗିବାକୁ ଯାଉଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ‘ଲଡକୀ ହୁଁ ଲଡ ଶକ୍ତି ହୁଁ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ହେଲେ ଏହି କାର୍ଯ୍ୟକ୍ରମର ଚେହେରା ବନିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ମୌର୍ଯ୍ୟ ଏବେ ଦଳର ହାତ ଛାଡ଼ିବାକୁ ବସିଛନ୍ତି। ସେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ମିଶି ୟୁପିରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଭୋଟରଙ୍କୁ ଏକାଠି କରୁଥିଲେ। ହେଲେ ଏବେ ସେ କଂଗ୍ରେସ ଛାଡ଼ି ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *