ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକ ମୃତ

ଭଦ୍ରକ : ଚାନ୍ଦବାଲି ରାସ୍ତାରେ ଇଚ୍ଛା ପୁର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଯୁବକ ବାଇକରେ ଘରକୁ ଫେରିବା ବେଳେ ପଛ ଆଡୁ ହାଇୱା ପିଟିବା ପରେ ଘଟଣାସ୍ଥଳରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ଦୁଇ ଯୁବକ ବାଇକରେ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଛି। ମୃତକ ବୋଡ଼କ ଗାଁ ର ପ୍ରିୟ ରଞ୍ଜନ ସାମଲ ଓ ବିକାଶ ପତି ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଇଚ୍ଛାପୁର ଓ ବାରିକଛକ ମଝିରେ ଥିବା ପୋଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ଜଣ ବାଇକ ଯୋଗେ ତିହିଡି ଅଭିମୁଖେ ଯାଉଥିବା ବେଳେ ଏକ ହାଇୱା ଦ୍ରୁତ ଗତି ରେ ଆସି ପଛ ଆଡୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଘଟଣା ସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

Leave a Reply

Your email address will not be published. Required fields are marked *