ପୋତି ହୋଇଯାଉଛି କି ହୀରାକୁଦ ଜଳଭଣ୍ଡାର ; ଆରମ୍ଭ ହେଲା ପଟୁ ମାଟି ସର୍ଭେ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ପଟୁ ମାଟି ସର୍ଭେ | ପଟୁ ମାଟି ସର୍ଭେ ସାଙ୍ଗକୁ ବ୍ୟାକ୍ ଓ୍ୱାଟର ସର୍ଭେ ମଧ୍ୟ ଆରମ୍ଭ ହୋଇଛି | ମୁମ୍ବାଇର ଏକ ପ୍ରାଇଭେଟ ସଂସ୍ଥାକୁ ଏହି ଦାୟିତ୍ୱ ମିଳିଛି | ଯାହାର ନାଁ ରହିଛି ଏସଆଇଟିଏଟି ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ୍ |

ହୀରାକୁଦ ଜଳଭଣ୍ଡାରର ବୀସ୍ତିର୍ଣ୍ଣ ଜଳରାଶିରେ ଉପରମୁଣ୍ଡକୁ କିଲୋମିଟର ଯାଏଁ ଏହି ସର୍ଭେ ହେବାକୁ ଥିବାବେଳେ ତଳମୁଣ୍ଡରେ ୫୦ କିଲୋମଟିର ଯାଏଁ ସର୍ଭେ କରାଯିବ | ଦୁଇଟି ପଦ୍ଧତିରେ ଏହି ସର୍ଭେ ଆରମ୍ଭ ହୋଇଛି | ପ୍ରଥମଟି ହେଲା ଶୁଖିଲା ସ୍ଥାନରେ, ଯାହାକୁ ଡିଜିପିଏସ ( ଡିଫାରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) କୁହାଯାଉଥିବାବେଳେ ଡ୍ରୋନ କ୍ୟାମେରା ସାହାଯ୍ୟରେ କରାଯାଉଛି |

ସେହିପରି ଦ୍ୱିତୀୟଟି ହେଲା ଇକୋ ସାଉଣ୍ଡର, ଯାହା ପାଣି ଭିତରେ ସର୍ଭେ କରୁଛି | ଏଥିରେ ବରଗଡ,ଝାରସୁଗୁଡା ଜିଲ୍ଲାରେ ଥିବା ଜଳଭଣ୍ଡାର ଅଞ୍ଚଳରେ କରାଯାଉଛି | ୧୦ରୁ ୧୨ଜଣ କର୍ମଚାରୀ ନିୟୋଜିତ ଥିବାବେଳେ ସମୁଦାୟ ଦୁଇରୁ ଅଢେଇ ମାସ ସମୟ ଲାଗିବ |

Leave a Reply

Your email address will not be published. Required fields are marked *