ଆନ୍ଧ୍ରପ୍ରଦେଶରେ ବଡ ଅଘଟଣ ; ଅଟୋରେ ବିଦ୍ୟୁତ ତାର ପଡି ୮ ଜଣଙ୍କ ମୃତ୍ୟୁ

ବିଜୟୱାଡା : ଚଳନ୍ତା ଅଟୋ ଉପରେ ବିଦ୍ୟୁତ ତାର ଖସି ଜିଅନ୍ତା ଜଳିଯାଇଛନ୍ତି ୮ ଜଣ ଯାତ୍ରୀ। ଏଭଳି ଏକ ବଡ ଧରଣର ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶ ଜିଲା ସତ୍ୟସାଇ ଜିଲାରେ। ଅଟୋରେ ବସି ବିଲକୁ କାମ କରିବାକୁ ଯାଉଥିବା ସମୟରେ ରାସ୍ତାରେ ବିଦ୍ୟୁତ ତାର ଛିଣ୍ଡି ଅଟୋ ଉପରେ ଖସି ପଡିଥିଲା। ଫଳରେ ଅଟୋରେ ନିଆଁ ଲାଗିବା ସହ ଯାତ୍ରୀମାନେ ଜିଅନ୍ତା ଜଳିଯାଇଥିଲେ। ଖବର ପାଇବେ ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଖୁବ ପରିଶ୍ରମ କରି ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ ମହିଳା ଥିବା ସହ ସେମାନେ ଗୁଦାମପଲ୍ଲୀ ଗାଁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଚାଳକ ଜଣକ ଦୁର୍ଘଟଣା ସମୟରେ ଅଟୋରୁ ଡେଇଁ ପଡିଥିଲେ। ପୁଲିସ ଚାଳକକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *