ଅସ୍ତିତ୍ୱ ଓ ପିଇସିଟି ପକ୍ଷରୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମଜୟନ୍ତୀ ପାଳିତ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ଓ ପ୍ରଶାନ୍ତି ଏଜୁକେସନ ଏଣ୍ଡ ଚ୍ୟାରିଟେବଲ ଟ୍ରଷ୍ଟର ମିଳିତ ସହଯୋଗ ରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି | ପବିତ୍ର ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଆଇଆରସି ଭିଲେଜ ସ୍ଥିତ କାର୍ଯ୍ୟାଳୟ ରେ ଆୟୋଜିତ ଉତ୍ସବରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଓଡ଼ିଆ ଭାଷା ସମ୍ରାଟ ଭାବେ ପରିଚିତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଫଟୋଚିତ୍ର ରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା | ଏହି ଅବସରରେ ଅସ୍ତିତ୍ୱ ର ଫାଉଣ୍ଡର ଡ଼ଃ ମମତା ଦାଶ ଫକୀରମୋହନ ସେନାପତିଙ୍କ ସ୍ମୃତିଚାରଣ କରି କହିଥିଲେ କି, ବ୍ୟାସକବିଙ୍କ କାଳଜୟୀ ସୃଷ୍ଟିରୁ ଆମକୁ ବହୁତ କିଛି ଶିଖିବାର ଅଛି | ଆଜିର ଦିନରେ ଓଡ଼ିଆ ଭାଷାର ଅବକ୍ଷୟତା ରୋକିବାକୁ ସେହି ସବୁ ଅନବଦ୍ୟ କୃତୀକୁ ଅନୁସରଣ କରି ଆମକୁ ଆଗେଇ ଆସିବାକୁ ପଡିବ |

ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟକୁ ତାର ପୁର୍ବଶୀରି ରେ ପହଞ୍ଚାଇବାକୁ ଉଦ୍ୟମ ଜାରିରହିବା ସହ ଏ ଦିଗରେ ନୂଆନୂଆ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଥିବା ବିଶିଷ୍ଟ ସାମାଜିକ କର୍ମୀ ତଥା ପ୍ରଶାନ୍ତି ଏଜୁକେସନ ଏଣ୍ଡ ଚ୍ୟାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା ମତ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସୁରମା ଦାଶ ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ | ଶେଷରେ ଓଡ଼ିଆ ପରମ୍ପରା ଅନୁଯାୟୀ ମକର ଚାଉଳ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା |

Leave a Reply

Your email address will not be published. Required fields are marked *