ରାଜ୍ୟରେ ଆଜିଠୁ କମିବ ବର୍ଷା, ଜାଡ଼ରେ ଥରିବ ସାରା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କମିବ ଅଦିନିଆ ବର୍ଷା । ଆସନ୍ତାକାଲିଠୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ । ରାଜ୍ୟରେ ୩ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ଖସିବ। ତାହା ସହ ଶୀତ ଯୋଗୁ ସାରା ରାଜ୍ୟରେ କୁହୁଡ଼ି ମଧ୍ୟ ଦେଖାଦେବ । ୧୭ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଘନ କୁହୁଡ଼ି ହେବାକୁ ନେଇ ୮ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । କୁହୁଡ଼ି ସମୟରେ ଲୋକ ମାନଙ୍କୁ ବୁଲାବୁଲି ସହ ଗାଡ଼ି ଚଳାଇବାକୁ ବାରଣ କରାଯାଇଛି । ଗତ କିଛିଦିନ ଧରି ରାଜ୍ୟରେ ଜାରି ରହିଛି ଅଦିନିଆ ବର୍ଷା । ଫଳରେ ଲୋକମାନେ ନାହିଁ ନଥିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜିଠୁ ପାଗରେ ପରିବର୍ତ୍ତନ ଆସିବା ଯୋଗୁ ଲୋକ ମାନେ ଆସ୍ୱସ୍ତି ଲାଭ କରିବେ ।

Leave a Reply

Your email address will not be published. Required fields are marked *