ଧାମନଗର ଉପନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ନେତା ରାଜେନ୍ଦ୍ର ଦାସ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ବିଜୁ ଜନତା ଦଳ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବରେ ମନୋନିତ କରିବା ପରେ ଅନେକ ଚ୍ୟାଲେଞ୍ଜ୍ ସାମ୍ନାକୁ ଆସିଛି । ଦଳରୁ ଟିକେଟ ଦିଆନଯିବାରୁ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି ।

ରାଜେନ୍ଦ୍ରଙ୍କ ସୂଚନା ଅନୁଯାୟୀ, ଗୁରୁଜନ ଓ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଆଶୀର୍ବାଦ ନେଇ ମଇଦାନକୁ ଓହ୍ଲାଇବି। ୨୦୧୯ ନିର୍ବାଚନରେ ଖୁବ କମ ଭୋଟ ବ୍ୟବଧାନରେ ରାଜେନ୍ଦ୍ର ହାରିଥିଲେ । କିଛି ମୁଷ୍ଟିମେୟ ଲୋକ ଓ ଦଳୀୟ ଶତୃଙ୍କ ପାଇଁ ନିର୍ବାଚନରେ ସଫଳତା ମିଳିପାରିନଥିଲା । ସେ କହିଛନ୍ତି, ଏବେ ବି ନିର୍ବାଚନମଣ୍ଡଳୀର ଲୋକଙ୍କ ଆସ୍ଥା ଉପରେ ରହିଛି। । ଧାମନଗରବାସୀ ମୋ ସହ ସବୁବେଳେ ଅଛନ୍ତି ଆଉ ରହିଥିବେ, ମୁଁ ଏଥର ସେମାନଙ୍କ ଆଶୀର୍ବାଦ ପାଇ ନିଶ୍ଚୟ ବିଜୟ ମୁକୁଟ ପିନ୍ଧିବି ।

ତେବେ, ଧାମନଗନର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ଭାରତୀୟ ଜନତା ଦଳ ତରଫରୁ ସୂର୍ଯ୍ୟ ବଂଶୀ ସୂରଜଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। ବିଜୁ ଜନତା ଦଳ ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ମନୋନିତ କରାଯାଇଛି ।

କିଛି ଦିନ ପୂର୍ବରୁ ରାଜେନ୍ଦ୍ର ଜିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଆଲୋଚନା ହେଉଥିଲା । କିନ୍ତୁ ଖେଳ ଏପଟ ସେପଟ ହୋଇଗଲା । ରାଜୁ ଉପସ୍ଥିତ ଥିବା ସମୟରେ ଦଳ ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଗତକାଲି ରାଜୁଙ୍କ ଲୁହ ଭିଜା ଚିଠି ଆସିବା ପରେ ଅଞ୍ଚଳବାସୀଙ୍କ ପରାମର୍ଶ କ୍ରମେ ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବାକୁ ସ୍ଥିର କରିଛନ୍ତି । ସେପଟେ ରାଜୁଙ୍କୁ ବିଜେଡି ତରଫରୁ ଅନେକ ବୁଝାସୁଝା କରିଥିବା କରାଯାଇଥିବା ବେଳେ ସେ ନିର୍ବାଚନ ମୈଦାନରୁ ଓହରିବା ପାଇଁ ଅମଙ୍ଗ ଅଛନ୍ତି । ୨୦୧୯ରେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା କାରଣ ଦର୍ଶାଇବା ସହ ରାଜେନ୍ଦ୍ର ଆଜି ନାମାଙ୍କନ ଦାଖଲ କରିବେ ।

ତେବେ, ରାଜେନ୍ଦ୍ର ସ୍ୱାଧୀନ ଭାବରେ ଲଢିବା ଜାଣିବା ପରେ ସମସ୍ତ ଦଳଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଭୋଟ ବାଣ୍ଟିହେବା ଭୟ ଘାରିଲାଣି ଶାସକ ଦଳକୁ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ତେବେ ନିର୍ବାଚନରେ କିଏ ବାଜିମାତ କରିବ ସେନେଇ ଆଶା ଓ ଆଶଙ୍କା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *