ରାହୁଲ ଗାନ୍ଧିଙ୍କୁ ନୂଆ ଯୁଗର ରାବଣ କହି ଏଡିଟ ହୋଇଥିବା ଫଟୋ ପୋଷ୍ଟ କଲା ବିଜେପି

ଫିଲ୍ମ ପୋଷ୍ଟର ଭଳି ଦିଶୁଥିବା ରାହୁଲଙ୍କ ଏଡିଟେଡ ଫଟୋ ପୋଷ୍ଟ କରି ବିଜେପି ଏହା ଉପରେ ଲେଖିଛି ଯେ ଯେ “ରାବଣ: ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ। ଏହାର ନିର୍ଦ୍ଦେଶକ ଜର୍ଜ ସୋରୋସ।”

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୂଆ ଯୁଗର ରାବଣ କହି ତାଙ୍କର ଗୋଟିଏ ବିକୃତ ଫଟୋ ପୋଷ୍ଟ କରିଛି ବିଜେପି। ଦଳ ନିଜର ଅଫିସିଆଲ ଏକ୍ସ ଆକାଉଣ୍ଟରେ ରାହୁଲଙ୍କ ଏକାଧିକ ମୁଣ୍ଡ ଥିବା ଫଟୋ ପୋଷ୍ଟ କରିବା ପରେ ବିବାଦ ସୃଷ୍ଟି ହୋଇଛି।

ଫିଲ୍ମ ପୋଷ୍ଟର ଭଳି ଦିଶୁଥିବା ରାହୁଲଙ୍କ ଏଡିଟେଡ ଫଟୋ ପୋଷ୍ଟ କରି ବିଜେପି ଏହା ଉପରେ ଲେଖିଛି ଯେ ଯେ “ରାବଣ: ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ। ଏହାର ନିର୍ଦ୍ଦେଶକ ଜର୍ଜ ସୋରୋସ।”

ସୋରୋସ ହେଉଛନ୍ତି ହଙ୍ଗେରୀ-ଆମେରିକାନ ବ୍ୟବସାୟୀ। ସେ ବିଶ୍ୱର ବିଭିନ୍ନ ସଂସ୍ଥାକୁ ଚାନ୍ଦା ଦିଅନ୍ତି ଓ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରନ୍ତି ବୋଲି ବିଜେପି ସର୍ବାଦା ଅଭିଯୋଗ କରି ଆସୁଛି।

ତେଣୁ ରାହୁଲଙ୍କ ସହ ବିଜେପି ସୋରୋସଙ୍କୁ ମଧ୍ୟ ଟାର୍ଗେଟ କରିଛି। ବିଜେପି ଆହୁରି କହିଛି, “ଏଠାରେ ଅଛନ୍ତି ନୂଆ ଯୁଗର ରାବଣ। ସେ ରାକ୍ଷାସ। ଧର୍ମ ବିରୋଧୀ। ରାମ ବିରୋଧୀ। ଭାରତକୁ ଧ୍ୱଂସ କରିବା ତାଙ୍କର ଲକ୍ଷ୍ୟ।”

ଉକ୍ତ ଫଟୋରେ ରାବଣ ଭଳି ରାହୁଲଙ୍କର ଏକାଧିକ ମୁଣ୍ଡ ରହିଛି। ସେହିପରି ସେ ଦେହରେ ଲୁହାର କବଚ ମଧ୍ୟ ପିନ୍ଧିଛନ୍ତି। ବିଜେପି ଏପରି ଫଟୋ ପୋଷ୍ଟ କରିବା ପରେ ଏହାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି।

Leave a Reply

Your email address will not be published. Required fields are marked *