୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ ନରଓ୍ବେର ଲେଖକ ଜନ୍ ଫୋସେ

ସାହିତ୍ୟ କ୍ଷେତ୍ରରେ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ ନରୱେର ଲେଖକ ତଥା ନାଟ୍ୟକାର ୟୁନ ଫସା। ଏ ନେଇ ନୋବେଲ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ନୋବେଲ କମିଟି କହିଛି ଯେ ଯାହା ସାଧାରଣ ମଣିଷଟିଏ ପ୍ରକାଶ କରିପାରେ ନାହିଁ, ତାହା ୟୁନ ଫସାଙ୍କ ନାଟକ ଓ ପ୍ରବନ୍ଧରେ ଶବ୍ଦର ରୂପ ପାଇଛି।

ତାଙ୍କ ଲେଖାରେ ଅନେକ ନାଟକ, ଉପନ୍ୟାସ, କବିତା ସଂଗ୍ରହ, ପ୍ରବନ୍ଧ, ଶିଶୁ ପୁସ୍ତକ ଏବଂ ଅନୁବାଦ ଅନ୍ତର୍ଭୁକ୍ତ। ତାଙ୍କ ଲିଖିତ ନାଟକ ଗୁଡିକ ବିଶ୍ୱର ସର୍ବାଧିକ ଅଭିନୀତ ଓ ସେ ତାଙ୍କ ପ୍ରବନ୍ଧ ପାଇଁ ଅଧିକ ମାନ୍ୟତା ପାଇଛନ୍ତି। ୧୯୫୯ ମସିହାରେ ନରୱେର ପଶ୍ଚିମ ଉପକୂଳର ହାଉଗେସୁଣ୍ଡରେ ଜନ୍ମଗ୍ରହଣ କରିଥିବା ୟୁନ ଫସା ଆଜି ଦୁନିଆର ବହୁଚର୍ଚ୍ଚିତ ନାଟ୍ୟକାରମାନଙ୍କ ମଧ୍ୟରୁ ଜଣେ ହୋଇଥିବା ବେଳେ ସେ ତାଙ୍କ ଗଦ୍ୟ ପାଇଁ ଅଧିକ ମାନ୍ୟତା ପାଇଛନ୍ତି। ତାଙ୍କର ପ୍ରଥମ ଉପନ୍ୟାସ ‘Raudt, svart 1983’ ସାହିତ୍ୟ କ୍ଷେତ୍ରରେ ବିଶ୍ୱରେ ଏକ ନୂଆ ଧାରା ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *