ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ତାଲିକା ଜାରି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶର ୩୯ଟି ଏବଂ ଛତିଶଗଡ଼ର ୨୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବୁଧବାର ଦିଲ୍ଲୀରେ ବିଜେପି ସଭାପତି ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ ବସିଥିଲା। ଏହି ବୈଠକରେ ପ୍ରଥମ ଦଫା ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ସଦସ୍ୟ ଅଛନ୍ତି । କିଛି ଦିନ ପୂର୍ବେ ବିଏସପି ପକ୍ଷରୁ ମଧ୍ୟ ପ୍ରଦେଶର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ବିଏସପି ପରେ ଏବେ ବିଜେପି ମଧ୍ୟ ନିର୍ବାଚନ ମୋଡକୁ ଆସିଛି ।

ଦିଲ୍ଲୀରେ ସିଇସି ବୈଠକର ଗୋଟିଏ ଦିନ ପରେ ବୁଧବାର ଦଳ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ତାଲିକାରେ ମଧ୍ୟପ୍ରଦେଶର ୩୯ ଟି ଏବଂ ଛତିଶଗଡର ୨୧ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ବେଳକୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ହୋଇପାରେ । ଏହି ଦୁଇଟି ରାଜ୍ୟ ସହ ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ନିର୍ବାଚନ ବି ହେବ ।

Leave a Reply

Your email address will not be published. Required fields are marked *