ବ୍ରହ୍ମପୁର ମହାନଗର ନିଗମ ପାଇଁ ଇ.ବିବେକ ରେଡ୍ଡୀ ହେଲେ ଡେପୁଟି ମେୟର ପ୍ରାର୍ଥୀ

ବ୍ରହ୍ମପୁର : ଇ. ବିବେକ ରେଡ୍ଡି ହୋଇଛନ୍ତି ବ୍ରହ୍ମପୁରରେ ବିଜେଡିର ଡେପୁଟି ମେୟର ପ୍ରାର୍ଥୀ। ତାଙ୍କ ନାଁ ଘୋଷଣା କରିଛନ୍ତି ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ। ବିବେକ ରେଡ୍ଡି ହେଉଛନ୍ତି ୪୨ ନମ୍ବର ଓ୍ୱାର୍ଡର କର୍ପୋରେଟର। ସେହିପରି ବିଜେପି ପକ୍ଷରୁ ମଧ୍ୟ ଡେପୁଟି ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ୨୧ ନମ୍ବର ୱାର୍ଡର କର୍ପୋରେଟର ଡି. କରୁଣାକର କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି। ବିବେକଙ୍କ ସହିତ ତାଙ୍କର ଲଢ଼େଇ ହେବ। ଏନେଇ ମତଦାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ, ବ୍ରହ୍ମପୁରରେ ୪୨ଟି ଓ୍ୱାର୍ଡ ମଧ୍ୟରୁ ୩୦ଟି ଓ୍ୱାର୍ଡରେ ବିଜେଡି କର୍ପୋରେଟର ଜିତିଥିଲେ। ଅବଶିଷ୍ଟ ୧୨ଟି ୱାର୍ଡରୁ ବିଜେପିର ୭ ଜଣ ସ୍ୱାଧୀନରୁ ୪ ଜଣ ଓ କଂଗ୍ରେସରୁ ଜଣେ କପୋର୍ଟରେଟର ଜିତିଥିଲେ।

Leave a Reply

Your email address will not be published. Required fields are marked *