ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ “କର୍କଟ ସଚେତନତା କାର୍ଯ୍ୟକ୍ରମ “

ଭୁବନେଶ୍ୱର : ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ମଞ୍ଚନାଥ ହାଇସ୍କୁଲ, ଚକେଇସିହାଣୀରେ ସଭାପତି ପ୍ରଫେସର ଡ଼ଃ ଅମିୟ କୁମାର ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି |blue wheel ହସ୍ପିଟାଲ ଓ BG pharmaceutical ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ଡ଼ଃ ଶୁକଦେବ ନାୟକ କର୍କଟ ରୋଗକୁ ଦୁରେଇ ଦେବାର ଅନେକ ସହଜ ଉପାୟ ପିଲାମାନଙ୍କୁ ବୁଝେଇ ଥିଲେ | ଦିନଚର୍ଯ୍ୟା ଠିକ ରହିଲେ କର୍କଟ ଆମ ପାଖ ମାଡ଼ିବନି ବୋଲି ସେ କହିଥିଲେ | nutritionist ଓ dietician ଡ଼ଃ ତପସ୍ୱିନୀ ଦାଶ ସ୍ଥାନୀୟ ତଥା ଋତୁ ଅନୁସାରେ ମିଳୁଥିବା ଫଳ, ପନିପରିବା ଖାଇଲେ ଆମେ ଅନେକ ରୋଗକୁ ଦୁରେଇ ଦେବା ବୋଲି ମତ ଦେଇଥିଲେ | ସେ ମଧ୍ୟ ବସିକରି ଖାଇବା ଓ ପିଇବା ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ | OMSA ସଭାପତି ଡ଼ଃ ନାରାୟଣ ରାଉତ ଶରୀରରେ ଦେଖା ଦେଉଥିବା ବିଭିନ୍ନ ଅଙ୍ଗରେ କିଭଳି କର୍କଟ ହୁଏ ଓ ତାର ନିରାକରଣରେ ଚିକିତ୍ସା ବିଜ୍ଞାନର ପ୍ରଗତି ଉପରେ ଆଲୋକପାତ କରିଥିଲେ |blue wheel ହସ୍ପିଟାଲର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜ୍ଞନେନ୍ଦ୍ର ଦାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାଙ୍କୁ ମଧୁବାବୁ ଓ ଗୋପବନ୍ଧୁଙ୍କ ପରି ଆଦର୍ଶ ବ୍ୟକ୍ତି ହେବାକୁ ଆଶୀର୍ବାଦ ଦେଇଥିଲେ |ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ କାର୍ଯ୍ୟକ୍ରମ ପାଇଁ blue wheel ହସ୍ପିଟାଲ ଓ bg pharmaceutical କାର୍ଯ୍ୟକ୍ରମ ଆୟୋଜନ ପାଇଁ କିଭଳି ଆଗ୍ରହ ଦେଖାଇଥିଲେ ସେ ବିଷୟରେ କହିଥିଲେ |ସମ୍ପାଦକ ନିରାକାର ବେଉରା ମଞ୍ଚନାଥ ହାଇସ୍କୁଲର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସହଯୋଗକୁ ପ୍ରଶଂସା କରିଥିଲେ | ବିଶେଷ କରି ସନତ ସାର ଓ ନରେନ୍ଦ୍ର ସାରଙ୍କ ସହଯୋଗ ହୃଦୟସ୍ପର୍ଶୀ ଥିଲା ବୋଲି କହିଥିଲେ |ଗ୍ରାମ କମିଟି ସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତି ଓ ସମ୍ପାଦକ କେଦାରନାଥ ଦାସ ଏଭଳି ଜନସଚେତନତା କାର୍ଯ୍ୟକ୍ରମ ଆଉଥରେ କରିବାକୁ ଅନୁରୋଧ କରିଥିଲେ | ସମାଜସେବୀ ଦାଶରଥି ରାଉତ ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସହଯୋଗ କରିଥିଲେ |
ଶିକ୍ଷକ ସନତ କୁମାର ସ୍ୱାଇଁ ଖରା ଯୋଗୁଁ ପିଲାଙ୍କ ଅଂଶ ଗ୍ରହଣ କମିଗଲା ବୋଲି ମତ ଦେଇ ଏପରି କାର୍ଯ୍ୟକ୍ରମ ଆଉଥରେ ବିଦ୍ୟାଳୟରେ କରିବାକୁ ଅନୁରୋଧ କରିଥିଲେ |
ପୂର୍ବରୁ ହସ୍ପିଟାଲ ତରଫରୁ ଲୋକଙ୍କୁ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସଚେତନ କରାଯିବା ସହ ଓ ବିଭିନ୍ନ ପରୀକ୍ଷା କରାଯାଇଥିଲା |ଏହି ଶିବିରକୁ ସ୍ଥାନୀୟ କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ ଓ ସମାଜସେବୀ ଅନୁପ ଖୁଣ୍ଟିଆ ବୁଲି ଦେଖିଥିଲେ | ପୂର୍ବତନ କର୍ପୋରେଟର ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ନିର୍ମଳ କୁମାର ରାଉତ ସ୍ୱସ୍ଥ୍ୟସେବା ଶିବିର ପରିଦର୍ଶନ କରି କାର୍ଯ୍ୟକ୍ରମ ଯେଭଳି ସୁଚାରୁରୂପେ ସମ୍ପାଦନ ହେବ ତାର ବ୍ୟବସ୍ଥା କରିଥିଲେ | ପ୍ରଧାନ ଶିକ୍ଷକ କମଳ କୁମାର ପରିଡା ଗୁରୁତର ଅସୁସ୍ଥ ଥାଇ ତାଙ୍କ ବାର୍ତ୍ତା ମାଧ୍ୟମରେ ଶିବିରର ସଫଳତା କାମନା କରିଥିଲେ |ସମ୍ମିଳନୀର ଉପସଭାପତି ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବାରିକ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ପିଲାମାନଙ୍କୁ ବିଦ୍ୟା ମନସ୍କ ହେବାକୁ ପରାମର୍ଶ ଦେଇଥିଲେ |ଶେଷରେ ସଭାପତି ପ୍ରଫେସର ଡ଼ଃ ଅମିୟ ମହାନ୍ତି ସମସ୍ତେ ସ୍ୱାସ୍ଥ୍ୟ ସଚେତନ ହେବାକୁ ପରାମର୍ଶ ଦେବା ସହିତ ବିଦ୍ୟାଳୟର କର୍ମଚାରୀ,ହସ୍ପିଟାଲର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମଚାରୀ ଓ ଜନ ସାଧାରଣଙ୍କ ସହଯୋଗ ଓ ବିଶେଷ କରି BG pharmaceutical ର ମୁଖ୍ୟ ଜ୍ଞାନରଞ୍ଜନ ଦାଶଙ୍କ ସହଯୋଗକୁ ପ୍ରଶଂସା କରିଥିଲେ |ଏ କାର୍ଯ୍ୟକ୍ରମର ବାର୍ତ୍ତା ଅନ୍ୟ ସାଙ୍ଗ ମାନଙ୍କ ପାଖରେ ପହଞ୍ଚେଇବାକୁ ପିଲାମାନଙ୍କୁ ପରାମର୍ଶ ଦେଉଥିଲେ |
ଏ ଅବସରରେ ପିଲାମାନଙ୍କୁ ନେଇ “କର୍କଟକୁ ନା”ଶୀର୍ଷକରେ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗୀତା ହୋଇଥିଲା | କୃତ୍ତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁସ୍ତକ, କଲମ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା |. ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ଶେଷରେ ଅନୁଷ୍ଠାନର ସମ୍ପାଦକ ନିରାକାର ବେଉରା ସମସ୍ତଙ୍କୁ ଧନ୍ୟବାଦ ଦେଲାପରେ ସଭାପତି ସଭା ସାଙ୍ଗ କରିଥିଲେ |ସମସ୍ତେ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରସ୍ତୁତ ଅନ୍ନ ପ୍ରସାଦ ସେବନ କରି ଖୁସି ବ୍ୟକ୍ତ କରିଥିଲେ |

Leave a Reply

Your email address will not be published. Required fields are marked *