ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯିବା ନେଇ ହାଇକୋର୍ଟରେ ମାମଲା

କଟକ : ଚିଲିକାକୁ ଦେଶ ବିଦେଶରୁ ଆସୁଥିବା ପକ୍ଷୀଙ୍କୁ ‘ରାଜ୍ୟ ଅତିଥି’ ମାନ୍ୟତା ପ୍ରଦାନ ପ୍ରସଂଗ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି।

ଟାଙ୍ଗୀ ମଙ୍ଗଳାଯୋଡିର ଦେବକର ବେହେରାଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ଚିଲିକା ହେଉଛି ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଭାରତୀୟ ଉପମହାଦେଶର ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ। ହଜାର ହଜାର ମାଇଲ ଦୂରରୁ ଚିଲିକାକୁ ପକ୍ଷୀମାନେ ଆସୁଛନ୍ତି। ୧୦ କିଲୋମିଟରରୁ ଅଧିକ ବ୍ୟାପ୍ତ ମଙ୍ଗଳାଯୋଡି ଅଞ୍ଚଳରେ ବିଶେଷ ଭାବେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଏହି ପକ୍ଷୀମାନେ ବହୁତ ଲାଜକୁଳା ହୋଉଥିବା ବେଳେ ଅଧିକ ଶବ୍ଦ ହେଲେ ପଳାଇ ଯାଇଥା’ନ୍ତି। ଦେଶୀ ଡଙ୍ଗାରେ ଯାଇ ଏହି ପକ୍ଷୀମାନଙ୍କୁ ଦୂରରୁ ଦେଖି ହେବ। କିନ୍ତୁ କିଛିଦିନ ହେବ କେତେକ ମତ୍ସଜୀବୀ ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚଳାଉଥିବା ଦେଖିବାକୁ ମିଳୁଛି। ମୋଟର ଚାଳିତ ଡଙ୍ଗା ଚାଲିବା ଦ୍ବାରା ପକ୍ଷୀମାନେ ଭୟଭୀତ ହୋଇ ପଡୁଛନ୍ତି ଏବଂ ଏହାର କୁପ୍ରଭାବ ପରିବେଶ ଉପରେ ମଧ୍ୟ ପଡୁଛି।

ମଙ୍ଗଳାଯୋଡି ଅଞ୍ଚଳକୁ ସାଇଲେଣ୍ଟ ଜୋନ ଭାବେ ଘୋଷଣା କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଠାରେ ବେଆଇନ ମୋଟର ଚାଳିତ ଡଙ୍ଗା ଚଳାଚଳ ଉପରେ ଅଙ୍କୁଶ ଜାରି କରାଯିବା ସହିତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *