ସୁପ୍ରିମ୍‌କୋର୍ଟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଅଫ୍‌ଲାଇନ ପରୀକ୍ଷା ବିରୋଧରେ ମାମଲା ; ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଅଫ୍‌ଲାଇନ୍‌ ପରୀକ୍ଷାକୁ ବାତିଲ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ୍‌ କରିଦେଇଛନ୍ତି। ସିବିଏସଇ,ସିଆଇଏସ୍‌ସିଇ (CISCE) ଟର୍ମ-୨ଏବଂ ଅନ୍ୟାନ୍ୟ ବୋର୍ଡ଼ ପରୀକ୍ଷା ଗୁଡ଼ିକ ହେଉଥିବା ଅଫଲାଇନ୍‌ ମୁଡ୍‌କୁ ବାତିଲ ପାଇଁ ଆବେଦନ ହୋଇଥିଲା। ତେବେ ଏହି ଆବେଦନ ଯୁକ୍ତିସଙ୍ଗତ ନଥିବା ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି। ଜଷ୍ଟିସ୍‌ ଏଏମ ଖାନ୍‌ୱିଲକର ମାମଲାର ଶୁଣାଣି କରି କହିଛନ୍ତି ଯେ, ଏଭଳି ଆବେଦନ ନିରାଶାବାଦ ସୃଷ୍ଟି କରିବା ସହ ସୁବଠି ଦ୍ୱନ୍ଦ୍ୱ ପରିସ୍ଥିତି ଉପୁଜାଇବ।

ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ମନରେ ନିରାଶାବାଦ ସୃଷ୍ଟି କରିବା ସହ ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବ ବୋଲି ଜଷ୍ଟିସ୍‌ ଏଏମ ଖାନ୍‌ୱିଲକର କହିଛନ୍ତି । ପିଲାମାନଙ୍କୁ ସେମାନଙ୍କ କାମ କରିବାକୁ ଦିଆଯାଉ । ସେହିପରି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ମଧ୍ୟ ସେମାନଙ୍କ କାମ କରିବାକୁ ଦିଆଯାଉ ବୋଲି କୋର୍ଟ କହିଛନ୍ତି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ଅଫଲାଇନ୍‌ ମୁଡ୍‌ ପରୀକ୍ଷା ପାଇଁ ସିବିଏସ୍‌ଇ ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଆବେଦନ କରାଯାଥିଲା। ଅଫଲାଇନ୍‌ରର ବିକଳ୍ପ ବ୍ୟବସ୍ଥା ଦାବି କରି ୧୫ଟି ରାଜ୍ୟରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ କିଛି ପିଲା ଏ ବାବଦରେ ସର୍ବୋଚ୍ଚ୍ ନ୍ୟାୟାଳୟ ଯାଇଥିଲେ।

ଗତ ବର୍ଷ କୋନାର ଦ୍ୱିତୀୟ ଲହର ଯୋଗୁ ସିବିଏସଇ ଏବଂ ସିଆଇଏସସିଇର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଥିଲା। ସେହିପରି ରାଜ୍ୟ ପରିଚାଳିତ ବୋର୍ଡ଼ ପରୀକ୍ଷା ମଧ୍ୟ ବାତିଲ କରାଯାଇଥିଲା। ଏହାର ବିକଳ୍ପ ବ୍ୟବସ୍ଥା ସୂରୂପ ପିଲାମାନଙ୍କର ମୂଲ୍ୟାୟନ ନିର୍ଦ୍ଧାରଣ ହୋଇଥିଲା। ତେବେ ୨୦୨୧-୨୨ ପାଇଁ ସିବିଏସଇ ଏବଂ ସିଆଇଏସସିଇ ପକ୍ଷରୁ ଦୁଇଟା ଟର୍ମରେ ବୋର୍ଡ଼ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସିଇ ପକ୍ଷରୁ ଦୁଇଟି ଟର୍ମ ନେଈ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେଉଛି। ସେହିପରି ସିଆଇଏସସିଇ ପକ୍ଷରୁ ଏପ୍ରିଲ ଶେଷ ସପ୍ତାହରେ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଖୁବ ଶୀଘ୍ର ପରୀକ୍ଷା କାର୍ଯ୍ୟସୂଚୀର ସବିଶେଷ ବିବରଣୀ ପ୍ରକାଶ ପାଇବ ବୋଲି ସିଆଇଏସସିଇ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *