ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ, ୮ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ନିମାପଡାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ବିଦା, ଜଗତସିଂହପୁରର ପୂର୍ବତନ ଉପ ଜିଲ୍ଲାପାଳ ଗୌରାଙ୍ଗ ମହାନ୍ତି ବିଦା, ବରଗଡ଼ର ଅମ୍ବାଭନା ବିଡିଓ ଆଲଫୋନ୍‌ସ ବିଲୁଙ୍ଗ ବିଦା, ଦେବଗଡର ପୂର୍ବତନ ଡେପୁଟି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଓ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଜିତ ମହାପାତ୍ର ବିଦା, ଭଦ୍ରକର ତିହିଡ଼ି ବ୍ଲକ କାସିଅର ପ୍ରଭାକର ପ୍ରଧାନ ବିଦା, ଏବେ ୮ ସମେତ ଏଯାଏ ୧୩୦ ଜଣ ବିଦା ହେଲେଣି, ୨୦୧୯ ଅଗଷ୍ଟରୁ ବାଧ୍ୟତାମୂଳକ ଅବସର ପ୍ରକ୍ରିୟା ଆରମ୍ଭ ହୋଇଛି, ଏଭଳି ପଦକ୍ଷେପରେ ଓଡ଼ିଶା ପ୍ରଥମ, ବିଦା ହେଲେ କେନ୍ଦୁଝର ବୈତରଣୀ ଡିଭିଜନର ବିଧାନ ଚନ୍ଦ୍ର ସାହୁ, ବିଧାନ ଚନ୍ଦ୍ର ପୂର୍ବତନ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଥିଲେ, ବିଦା ହେଲେ ସିଡିପିଓ ମୀନା ପାତ୍ର ଓ ପୁଷ୍ପାଞ୍ଜଳି ରଥ, କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରରେ ସିଡିପିଓ ଥିଲେ ମୀନା, କଳାହାଣ୍ଡି ଥୁଆମୂଳ ରାମପୁରର ସିଡିପିଓ ଥିଲେ ପୁଷ୍ପାଞ୍ଜଳି |

Leave a Reply

Your email address will not be published. Required fields are marked *