ବଦଳିବ ଜେଲ୍ ସୁରକ୍ଷା ଢାଞ୍ଚା; ଏଣିକି ଜେଲ୍‌ରେ କଏଦୀଙ୍କୁ ଜଗିବ ଡ୍ରୋନ୍

କଟକ ଚୌଦ୍ବାର ଓ ଭୁବନେଶ୍ବର ଝାରପଡ଼ା ଜେଲ୍‌ରେ ଉଡ଼ିବ ଡ୍ରୋନ୍ କ୍ୟାମେରା । କଏଦୀଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍ । ତିହାର ଜେଲ୍ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବ ଜେଲ୍ ବିଭାଗ । ଚୌଦ୍ବାର ଓ ଝାରପଡ଼ା ଜେଲ୍‌ରେ ଟେଲିଫୋନ ବୁଥ ବ୍ୟବସ୍ଥା କରାଯିବ । ଉଭୟ ଜେଲ୍‌ରେ ୪ଟି ଲେଖାଏଁ ବୁଥ ଖୋଲାଯିବ, କଏଦୀମାନେ ନିଜ ଘରର ଦୁଇଟି ନମ୍ବର ଏହି ବୁଥରେ ଦେବେ, କେବଳ କଏଦୀ ଦେଇଥିବା ନମ୍ବରକୁ ହିଁ ଫୋନ କରିହେବ । 5 ମିନିଟ ଯାଏ କଥା ହୋଇପାରିବେ କଏଦୀ, ପରେ ଆପେ ଆପେ ଫୋନ କଟିଯିବ । ଜେଲ ବିଭାଗର ସୂଚନା ।

Leave a Reply

Your email address will not be published. Required fields are marked *