୨୪ ଘଣ୍ଟାରେ ଦେଶରେ ୧୩ ହଜାର ୫୮ ଆକ୍ରାନ୍ତ ଚିହ୍ନଟ, ୧୬୪ ମୃତ

ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୨ ହଜାର ୪୫୪କୁ ବୃଦ୍ଧି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୦ ଲ୪ ୯୪ ହଜାର ୩୭୩ । ୧ ଲକ୍ଷ ୮୩ ହଜାର ୧୧୮ ଏବେ ବି ଚିକିତ୍ସାଧୀନ । ରାଜ୍ୟରେ ଆଉ 4 ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । କଟକ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ରାଜ୍ୟରେ ଦିନକରେ ଆଉ ୫୫୬ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୩୨୪ ଓ ସ୍ଥାନୀୟ ଅଞ୍ଚଳରୁ ୨୩୨ ରୋଗୀ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୭ ଜଣ । ରାଜ୍ୟରେ ୪ ହଜାର ୮୪୬ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୫ କୋରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୪୧, ସୁନ୍ଦରଗଡ଼ ୧୮, ସମ୍ବଲପୁର ୧୭, ମୟୂରଭଞ୍ଜରୁ ୧୫ ପଜିଟିଭ ଚିହ୍ନଟ । ପୁରୀ ୧୨, ଜଗତସିଂହପୁର ୧୧, ଯାଜପୁର ୧୧, ବାଲେଶ୍ବର ୧୦, ଭଦ୍ରକ ୮ ।

Leave a Reply

Your email address will not be published. Required fields are marked *