କର୍କଟ ରୋଗୀ ଏବଂ ସେମାନଙ୍କର ସହାୟକ ମାନଙ୍କ ସହ ଏକାଠି ମଧ୍ୟାହ୍ନ ଭୋଜନ କଲେ ସାମାଜିକ ସଂଗଠନ କର୍ମକର୍ତ୍ତା
ଭୁବନେଶ୍ୱର : ଇନଟାସ ଦ୍ବାରା ପରିଚାଳିତ ପାତ୍ରପଡ଼ାସ୍ଥିତ ଆପନା ଘର ଅନୁଷ୍ଠାନ ଠାରେ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ତରଫରୁ କର୍କଟ ରୋଗୀ ଏବଂ ସେମାନଙ୍କର ସହାୟକ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଆପନା ଘର ଏଭଳି ଏକ ଅନୁଷ୍ଠାନ ଯେଉଁଠାରେ ଦୂର ଦୂରାନ୍ତରୁ ଆସୁଥିବା କର୍କଟ ରୋଗୀ ଏବଂ ସେମାନଙ୍କର ସହାୟକ ମାନଙ୍କୁ ଅସ୍ଥାୟୀ ଭାବେ ଆଶ୍ରୟ ପ୍ରଦାନ କରି ସହାୟତା କରିଥାଏ । ଭୁବନେଶ୍ବର ନିବାସୀ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମହାନ୍ତି ଏବଂ ତାଙ୍କ ଧର୍ମ ପତ୍ନୀ ସ୍ମୃତୀରେଖା ମହାନ୍ତି ତାଙ୍କର ଏକ ମାତ୍ର ପୁତ୍ର କିଶନ କସ୍ତୁବେଶ ମହାନ୍ତିଙ୍କର ଜନ୍ମ ଦିନ ଅବସରରେ ଏହି ମଧ୍ୟାହ୍ନ ଭୋଜନରେ ସହଯୋଗର ହାତ ବଢ଼ାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସ୍ନିଗ୍ଧା ଦାସ ଅନ୍ତେବାସୀମାନଙ୍କୁ କର୍କଟ ରୋଗର କାରଣ, ନିରାକରଣ ଏବଂ ପ୍ରତିଷେଧକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ତାପରେ ସମସ୍ତେ ଏକତ୍ର ଭୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତୀ ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ଟ୍ରଷ୍ଟୀ ଶ୍ରୀମତୀ ତପସ୍ୱିନୀ ପଣ୍ଡା ଉପସ୍ଥିତ ରହି ଅନ୍ତେବାସୀମାନଙ୍କୁ ସହାୟତା କରିଥିଲେ।