କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ପଦ୍ମ ଭୂଷଣ ପୁରସ୍କାର ନେଇ କଂଗ୍ରେସରେ ଫାଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ ନେଇ ଦଳରେ ଝଡ଼। ଗୁଲାମଙ୍କୁ ଏହି ପୁରସ୍କାର ମିଳିବା ପରେ ଦଳରେ ଫାଟ ସୃଷ୍ଟି ହୋଇଛି। ଦଳରେ ଅନେକ ନେତା ଏହି ପୁରସ୍କାରକୁ ନେଇ ବିରୋଧୀ ଓ ସପକ୍ଷବାଦୀ ମନ୍ତବ୍ୟ ଦେଉଥିବା ବେଳେ ହାଇକମାଣ୍ଡ ନିରବ ଅଛନ୍ତି। ଦଳର କପିଲ ସିବଲ, ଆନନ୍ଦ ଶର୍ମା ଏବଂ ଶଶି ଥରୁରଙ୍କ ପରି ବରିଷ୍ଠ ନେତା ଆଜାଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପଟେ ଜୟରାମ ରମେଶ ଗୁଲାମ ନବି ଆଜାଦଙ୍କୁ ଆକ୍ଷେପ କରିଛନ୍ତି।
ତେବେ କପିଲ ସିବଲ କଂଗ୍ରେସକୁ ଟାର୍ଗେଟ୍ କରି ଲେଖିଛନ୍ତି, ଏମିତି ଲାଗୁଛି ପାର୍ଟିକୁ ଗୁଲାମ ନବି ଆଜାଦଙ୍କ ଆବଶ୍ୟକତା ନାହିଁ। ଏଥିସହ ସେ ଗୁଲାମଙ୍କୁ ଭାଇଜାନ ସମ୍ବୋଧିତ କରି ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଶଶି ଥରୁର ମଧ୍ୟ ଆଜାଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆନନ୍ଦ ଶର୍ମା ମଧ୍ୟ ଗୁଲାମ ନବି ଆଜାଦଙ୍କୁ ପ୍ରଂଶସା କରିଛନ୍ତି।
କିନ୍ତୁ କଂଗ୍ରେସର ରିଷ୍ଠ ନେତା ଜୟରାମ ରମେଶ ଗୁଲାମ ନବି ଆଜାଦଙ୍କୁ ଟାର୍ଗେଟ୍ କରିଛନ୍ତି। ଜୟରାମ ତାଙ୍କୁ ପରୋକ୍ଷରେ ଗୁଲାମ ଦର୍ଶାଇଛନ୍ତି। ସେହିପରି ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଉଦାହରଣ ଦେଇ ଜୟରାମ କହିଛନ୍ତି ଯେ, ବୁଦ୍ଧଦେବ ପଦ୍ମଭୂଷଣ ଫେରାଇ ଠିକ୍‌ ପଦକ୍ଷେପ ନେଇଛନ୍ତି। ସେ ଆଜାଦ ରହିବାକୁ ଚାହାନ୍ତି, ଗୁଲାମ ନୁହେଁ।

Leave a Reply

Your email address will not be published. Required fields are marked *