କରୋନା ଭାଇରସ୍‌ ଭଳି ଦେଖାଯାଉଥିବା କାକୁଡ଼ି ବାଡ଼ିରେ ଫଳିଛି : ଦେଖିବା ପାଇଁ ଲୋକଙ୍କ ଭିଡ଼

ଉମରକୋଟ : ବାଡ଼ିରେ ଫଳିଛି କରୋନା ଭାଇରସ୍‌ ଭଳି ଦେଖାଯାଉଥିବା କାକୁଡ଼ି। ତାହା ପୁଣି କାକୁଡ଼ି ଗଛରେ ହିଁ ଫଳିଛି। ମହାମାରୀ କରୋନା ସଦୃଶ କାକୁଡ଼ିକୁ ଦେଖିବା ପାଇଁ ଲାଗୁଛି ଲୋକଙ୍କ ଭିଡ଼। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡ଼ା ଗାଁରେ।

ସରାଗୁଡ଼ା ଗାଁର ଚନ୍ଦ୍ର ପୂଜାରୀ କାକୁଡ଼ି ମଞ୍ଜି ବଜାରରୁ କିଣି ଆଣି ବାଡ଼ିରେ ପୋତିଥିଲେ। ଠିକ୍‌ ସମୟରେ କାକୁଡ଼ି ଗଛ ଉଠିଥିଲା। କିନ୍ତୁ ଗଛରେ ଫଳିଥିବା କାକୁଡ଼ିର ରୂପ ଭିନ୍ନ ଦେଖିବାକୁ ମିଳିଥିଲା। ଗେଟମା ଗେଟମା କାକୁଡ଼ି ଚାରି ପାଖରେ ବଡ଼ ବଡ଼ କଣ୍ଟା ବାହାରିଛି। ଅର୍ଥାତ ଚିତ୍ରରେ ଦେଖାଯାଉଥିବା କରୋନା ଭାଇରସ୍‌ ପରି।

ଏପରି ଭିନ୍ନ ରୂପର କାକୁଡ଼ି ଦେଖି ଜଣେ ବ୍ୟକ୍ତି ଭିଡିଓ ସୁଟିଂ କରି ସୋଶାଲ୍‌ ମିଡ଼ିଆରେ ଛାଡ଼ି ଦେଇଥିଲେ। ଏହା ପରେ ଚନ୍ଦ୍ରଙ୍କ ଘରେ ଲାଗିଛି ଲୋକଙ୍କ ଭିଡ଼। କାକୁଡ଼ି ଦେଖିବା ପାଇଁ ବହୁ ଲୋକ ଯାଉଥିବା ଦେଖିବାକୁ ମିଳିଛି। କାକୁଡ଼ିକୁ ଦେଖିଲା ପରେ ଲୋକେ କୁହାକୁହି ହେଉଛନ୍ତି, କରୋନା ଭାଇରସ୍‌ କାକୁଡ଼ି! ବର୍ତ୍ତମାନ ଚନ୍ଦ୍ରଙ୍କ ପରିବାର ଲୋକେ ସେହି କାକୁଡ଼ିକୁ ଖାଉନାହାନ୍ତି। ଉକ୍ତ କାକୁଡ଼ିକୁ ଖାଇବା ପାଇଁ ପରିବାର ଲୋକଙ୍କ ଭିତରେ ଭୟ ସଞ୍ଚାରିତ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଗଛରେ ଫଳିଥିବା ଫଳଟି ପ୍ରକୃତରେ କାକୁଡ଼ି ନା ଅନ୍ୟ କିଛି? ବର୍ତ୍ତମାନ ସୁଦ୍ଧା ତାହା ଜଣାପଡ଼ି ନାହିଁ।

Loading

Leave a Reply

Your email address will not be published. Required fields are marked *