କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ କରି ବାଲ ସାହିତ୍ୟ ପୁରସ୍କାର ଉତ୍ସବ ଆୟୋଜିତ ; ୨ ଓଡ଼ିଆ ହେଲେ ପୁରସ୍କୃତ

ଭୁବନେଶ୍ୱର: ବୌଦ୍ଧିକ ସ୍ତରରେ ଶିଶୁମାନେ ଉତ୍ସାହିତ ହେଲେ ସେମାନଙ୍କ ଭିତରେ ସୃଜନଶୀଳତା ଭାବନା ବିକଶିତ ହେବ। ଏହା ହିଁ ରାଷ୍ଟ୍ରର ପ୍ରଗତିଶୀଳ ଉଦ୍ୟମକୁ ବହୁଗୁଣିତ କରିବ। କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ କରି ଆୟୋଜିତ ବାଲ ସାହିତ୍ୟ ପୁରସ୍କାର ଉତ୍ସବ ଅବସରରେ ଶିଶୁ ସାହିତ୍ୟ ସର୍ଜନା ପାଇଁ ପୁରସ୍କୃତ ହୋଇଥିବା ଅଧିକାଂଶ ସାହିତ୍ୟିକ ଏପରି ମତ ରଖିଛନ୍ତି। ୨୦୨୦ ମସିହା ପାଇଁ ଆୟୋଜିତ ଏହି ପୁରସ୍କାର ଉତ୍ସବରେ ମୋଟ ୨୪ଟି ଭାଷାରେ ଜୀବନଵ୍ୟାପୀ ଶିଶୁ ସାହିତ୍ୟ ସାଧନା ପାଇଁ ମୋଟ ୨୪ ଜଣଙ୍କୁ ପୁରସ୍କୃତ କରାଯାଇଥିଲ। ।

କେନ୍ଦ୍ର ସାହିତ୍ୟି ଆକାଡେମୀ ସଚିବ ଶ୍ରୀନିବାସ ରାଓ କହିଛନ୍ତି,” ଉଭୟ ଯୁବ ଓ ଅନୁବାଦ ସାହିତ୍ୟକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ୨୦୧୨ ମସିହାରୁ ଏଭଳି ଯୁବ ଓ ବାଲ ପୁରସ୍କାର ଆରମ୍ଭ ହୋଇଥିଲା। ରାଷ୍ଟ୍ର ଭାଷା ହିନ୍ଦୀ ସମେତ ମୋଟ ୨୪ଟି ଭାଷାରେ ପୁରସ୍କାର ପ୍ରଚଳନ ଆରମ୍ଭ ହୋଇଥିଲା। ଏତେ ସମୟ ବ୍ୟବଧାନରେ ପ୍ରଥମ କରି ୨୦୨୦ ମସିହା ପାଇଁ ଏଭଳି ବାଲ ସାହିତ୍ୟ ପୁରସ୍କାର ଆରମ୍ଭ ହୋଇଛି, ଯାହା ଭୁବନେଶ୍ୱରରେ ଆୟୋଜିତ ହୋଇଛି”।

ସେ ଆହୁରି କହିଛନ୍ତି,” ପ୍ରଥମ କରି ଏହି ଆୟୋଜନ ପ୍ରତି ଉଭୟ ଭୁବନେଶ୍ୱର ଓ କଟକ ଲୋକଙ୍କର ପ୍ରଚୁର ଆଗ୍ରହ ରହିଛି ଯାହା ଉତ୍ସାହଜନକ। ଏହା ସହିତ ବିଭିନ୍ନ ବର୍ଗର ଲୋକଙ୍କ ଭିତରେ ସାହିତ୍ୟ ପ୍ରତି ଶ୍ରଧା ଓ ଆଗ୍ରହ ସେମାନଙ୍କୁ ଉତ୍ସାହିତ କରିଛି”।

କେନ୍ଦ୍ର ସାହିତ୍ୟ ଏକାଡେ଼ମୀ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ୨୪ ଟି ଭାଷାରେ ଏହି ପୁରସ୍କାର ପ୍ରଦାନ ପାଇଁ ଘୋଷଣା ହୋଇଥିବା ବେଳେ ଏଟରର ଉତ୍ସବରେ ସେମାନଙ୍କ ଭିତରୁ ପୁରସ୍କାର ଗ୍ରହଣ ପାଇଁ ମୋଟ ୧୯ ଜଣ ଉପସ୍ଥିତ ଥିଲେ। ଏହି ପୁରସ୍କୃତ ବ୍ୟକ୍ତିତ୍ୱଙ୍କ ଭିତରେ ଅଛନ୍ତି ଦୁଇ ଜଣ ଓଡ଼ିଆ। ସେମାନେ ହେଲେ ଓଡ଼ିଆ ଭାଷାରେ ବାଲ ସାହିତ୍ୟ ପାଇଁ ରାମଚନ୍ଦ୍ର ନାୟକ ଓ ସାନ୍ତାଳି ଭାଷା ପାଇଁ ଜୟରାମ ଟୁଡୁ।

ଓଡ଼ିଆ ଭାଷାରେ ଆଜୀବନ ଶିଶୁ ସାହିତ୍ୟ ସାଧନା ପାଇଁ ମନୋନୀତ ଓ ପୁରସ୍କୃତ ହୋଇଥିବା ରାମଚନ୍ଦ୍ର ନାୟକ କହିଛନ୍ତି,” ସ୍କୁଲରେ ପଢିବା ସମୟରୁ ସେ କିଛି ଶିଶୁ ସାହିତ୍ୟି ଲେଖିବା ଆରମ୍ଭ କରିଥିଲି । ସେହି ଆଗ୍ରହ ପରେ ନିଶାରେ ପରିଣତ ହୋଇଥିଲା। ଟାଣ ସ୍ମୃତିଚାରଣ କରିବା ସହିତ ପୁରସ୍କୃତ ହୋଇଥିବାରୁ ଖୁଵ ଖୁସି ଲାଗୁଛି”।

ସେହିଭଳି ସାନ୍ତାଳି ଭାଷାରେ ଦୀର୍ଘ ସମୟ ଧରି ଶିଶୁ ସାହିତ୍ୟ ସାଧନା କରିଥିବା ଆଉ ଜଣେ ଓଡ଼ିଆ ହେଲେ ଜୟୀରାମ ଟୁଡୁ। ହାଇସ୍କୁଲରେ ପଢ଼ିବା ସମୟରୁ ଶିଶୁ ସାହିତ୍ୟ ପ୍ରତି ତାଙ୍କର ଆଦର ବଢିଥିଲା। ଧୀରେ ଧୀରେ ଏହା ନିଶାରେ ପରିଣତ ହୋଇଥିଲା। ଏହି ସାଧନା ପାଇଁ ତାଙ୍କୁ ପୁରସ୍କୃତ କରାଯାଇ ଥିବାରୁ ସେ ଅତ୍ୟନ୍ତ ଖୁସି ଓ ଗର୍ବିତ ବୋଲି କହିଛନ୍ତି।

ଏହି ଅବସରରେ ଅନ୍ୟ ଭାଷାରେ ପୁରସ୍କୃତ ବ୍ୟକ୍ତି ମଧ୍ୟ କେନ୍ଦ୍ର ଆକାଡେମୀର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ। ଆଗକୁ ଏଭଳି ସାଧନାରତ ଲୋକଙ୍କୁ ପ୍ରୋତ୍ସାହନ ଦେବାକୁ ଉଦ୍ୟମ ଆରମ୍ଭ କରିବ ବୋଲି କହିଥିଲେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ସଚିବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ।

Leave a Reply

Your email address will not be published. Required fields are marked *