ବରିଷ୍ଠ ଆଇପିଏସ୍ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ ; ସାଇବର ଥାନାରେ ଅଭିଯୋଗ

କଟକ: ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ ହୋଇଥିବା ଖବର ମିଳିଛି । ଗତ୨ ବର୍ଷରେ ପ୍ରାୟ ୧୦ ଲକ୍ଷ ଟଙ୍କା ଗାଏବ ହୋଇଥିବାର କଟକ ସାଇବର ଥାନାରେ ଅଭିଯୋଗ ହୋଇଛି । ଡାକ୍ତର ଅନୁଜା ତ୍ରିପାଠୀ ଏହି ଅଭିଯୋଗ କରିଛନ୍ତି । ଅନୁଜାଙ୍କ ସାଲାରି ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ଠକେଇ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କେହି ସାଇବର ଠକ ଟଙ୍କା ଲୁଟିଥିବାର ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *