ସୋରଡ଼ାରେ ବାଇକ୍-ସ୍କୁଟି ଧକ୍କା ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରୀପାଟଣା ନିକଟରେ ଏକ ସ୍କୁଟି ଓ ବାଇକ୍‌ ମଧ୍ୟରେ ଧକ୍କା ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତକାଲି ରାତି ୧୧ଟା ୨୦ ମିନିଟରେ ଏଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ସ୍କୁଟିକୁ ବାଇକ୍ ଧକ୍କା ଦେବାରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ପରେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ମୃତକମାନେ ହେଲେ ଅସୁରବନ୍ଧର ଶ୍ରୀକାନ୍ତ ଗୌଡ଼, ଦୁଲାଡର ମନୋଜ ଡାକୁଆ, ଗୋପାଳପୁରଶାସନର ମହେନ୍ଦ୍ର ନାୟକ, ସୋରଡ଼ାର ଜୟନ୍ତ ବାତତ୍ୟା ଓ ସାନସୋରଡ଼ାର ରଜନୀ ଗୌଡ଼।

ମୃତକଙ୍କ ମଧ୍ୟରେ ୨ ଜଣ ଵିଦ୍ୟୁତ୍ ଵିଭାଗ କର୍ମଚାରୀ ଅଛନ୍ତି। ସେହିପରି ଓ ଦୁଲାଡର ପୂର୍ଣ ଗୌଡ଼ଙ୍କୁ ସୋରଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଵଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୩ ଜଣ ବିଦ୍ୟୁତ୍ କର୍ମଚାରୀ ସ୍କୁଟିରେ ସୋରଡ଼ା-ଗାଜଲବାଡି ରାସ୍ତାରେ ଯାଉଥିବା ଵେଳେ ଅନ୍ୟ ୩ ଜଣଙ୍କ ବାଇକ୍ ବିପରୀତ ପଟୁ ସେମାନଙ୍କୁ ଧକ୍କା ଦେଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ଓ ବାଇକରେ ଵସିଥିବା ଜଣେ ଆରୋହୀ ପ୍ରାଣ ହରାଇଥିଲେ। ସୋରଡା ଥାନାଧିକାରୀ ଅନୀଲ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *