ଓଡିଆ ଜାତୀୟ ସମ୍ମିଳନୀ ପକ୍ଷରୁ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ମକର ମିଳନ ଓ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପ୍ରଫେସର ଡ଼ଃ ଅମିୟ କୁମାର ମହାନ୍ତିଙ୍କ ସଭାପତିତ୍ବ ରେ ପାଳିତ ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଡାକ୍ତର ପ୍ରଫେସର ଶୁକଦେବ ନାୟକ ଯୋଗ ଦେଇ ଫକୀର ମୋହନଙ୍କ ତୈଳଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |ସମ୍ମିଳନୀର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବ୍ୟସକବିଙ୍କ ଜୀବନୀ ଉପରେ ସଂକ୍ଷିପ୍ତ ଆଲୋଚନା କରିଥିଲେ |ଅନ୍ୟତମ ସମ୍ପାଦକ ନିରାକାର ବେଉରା ମକର ସଂକ୍ରାନ୍ତିର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ |କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଦସ୍ୟ ମାନେ ହେଲେ ଚିତ୍ରଲେଖା ନାୟକ, ମହିମା ପ୍ରସାଦ ସାହୁ, ବେଣୁଧର ସାହୁ, ସଳିତା ପରିଡା, ସ୍ଥିତି ସାହୁ,ଦେବାଶିଷ ଦାଶ, ଅଞ୍ଜଳୀପ୍ରଭା ଦାଶ, ନମିତାରାଣୀ ଲେଙ୍କା, ପ୍ରକାଶ କୁମାର ଲେଙ୍କା,ବର୍ଷାରାଣୀ ସାହୁ, ଇପ୍ସିତା ସାହୁ, ଉଷାରାଣୀ ବିଶ୍ୱାଳ, ସୁକାନ୍ତ ତ୍ରିପାଠୀ,ରାଜଶ୍ରୀ ତ୍ରିପାଠୀ, ଶ୍ରୀଶମୟମହାପାତ୍ର,ଦେବଶ୍ରୀ ଦାଶ, ଉପସଭାପତି ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବାରିକ ଓଡିଶାର ଗଣପର୍ବ ମକର ସଂକ୍ରାନ୍ତି ଉପରେ ତାତ୍ୱିକ ଆଲୋଚନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ |ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଦାସଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା |ସଭା ଶେଷରେ ସମସ୍ତଙ୍କୁ ସୁମିଷ୍ଟ ମକର ଚାଉଳ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା |

Leave a Reply

Your email address will not be published. Required fields are marked *