ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନର କାମାଣ୍ଡାଣ୍ଟ ସୁନୀଲ କୁମାର ବେହେରା

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ (OSAP)ର ଢେଙ୍କାନାଳ ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା। ଶନିବାର ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ସେ ଢେଙ୍କାନାଳରୁ କଟକ ସ୍ଥିତ ତାଙ୍କ ଘରକୁ ଯାଉଥିବା ନେଇ ଖବର ପାଇଥିଲା ଭିଜିଏହି ଟଙ୍କା କେଉଁଠାରୁ ଆସିଲା, ସେ ନେଇ କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସର ଚଢ଼ାଉ ଜାରି ରଖିଛି। ଶ୍ରୀ ବେହେରାଙ୍କ ଢେଙ୍କାନାଳ ସହର ସ୍ଥିତ ସରକାରୀ ବାସଭବନ ସମେତ କଟକ, ପୁରୀ ଓ ଭୁବନେଶ୍ୱରର ମୋଟ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। ଭିଜିଲାନ୍ସର ୫ଟି ଟିମ୍ ଏହି ଚଢ଼ାଉ କରିଛି।

ଲାନ୍ସ। ଏହା ପରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ କଟକର ମଧୁସୂଦନ ସେତୁ ନିକଟରେ ଧରିଥିଲା। ତାଙ୍କ ଠାରୁ ୧ ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ କରାଯାଇଥିଲା। ଏତେ ଟଙ୍କା ସେ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ସେ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ଟିମ୍ ତାଙ୍କର କଟକ ସ୍ଥିତ ଘରେ ଚଢ଼ାଉ କରିଥିଲା। ସେଠାରୁ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା। ଏହିପରି ମୋଟ ୧୦ ଲକ୍ଷ ୧ ହଜାର ୫୩୫ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *