ଜର୍ମାନର ହେସେନ୍ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇଲେ ଡ଼କ୍ଟର ଅଶୋକ କୁମାର ଜେନା

ମୁମ୍ବାଇ : ନିସ୍ୱାର୍ଥପରତା ଏବଂ ଉଦାର ମନୋଭାବ ସହ ଲୋକଙ୍କ ସେବାରେ ନିଜକୁ ବ୍ରତୀ କରିଥିବା କିଛି ବ୍ୟକ୍ତିତ୍ୱ ସମାଜର ଏକ ଉଜ୍ୱଲ୍ୟ ଭାବେ ପରିଗଣିତ ହୋଇଥାନ୍ତି | ସମାଜରେ ଏକ ପରିବର୍ତ୍ତନର ସଂକଳ୍ପକୁ ଆଖି ଆଗରେ ରଖି କାମ କରି ଚାଲିଥିବା ମଣିଷଟିଏ ସବୁବେଳେ ସାଧାରଣ ଲୋକଙ୍କ ପାଇଁ ନିଜ ଜୀବନ ମଧ୍ୟ ଉତ୍ସର୍ଗ କରିବାକୁ ପଛେ ନାହିଁ | ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଡ଼କ୍ଟର ଅଶୋକ କୁମାର ଜେନା | ନୌସେନାରୁ ଅବସର ଗ୍ରହଣ କରି ସାରିବା ପରେ ଜଣ ସେବାରେ ନିଜକୁ ବ୍ରତୀ କରିଛନ୍ତି | ଜର୍ମାନର ହେସେନ୍ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ସମାଜିକ କାର୍ଯ୍ୟରେ ଶ୍ରେଷ୍ଠତ୍ବ ହେତୁ ଯୋଗ୍ୟ ବିବେଚିତ ହୋଇ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି | ହିନ୍ଦୀ ଜଗତର ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ଅମିଶା ପଟେଲଙ୍କ ଦ୍ୱାରା ଗତ ୨୦/୪/୨୪ ରିଖରେ ପୁନେ ସ୍ଥିତ ରେଡିସନ ବ୍ଲୁ ହୋଟେଲର ଏକ ସ୍ୱତନ୍ତ୍ର କାର୍ୟକ୍ରମରେ ସେ ପୁରସ୍କୃତ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅଶୋକ କୁମାର ଜେନାଙ୍କ ପିତା ସ୍ବର୍ଗତ ଦ୍ୱାରିକାନଥ ଜେନା ସ୍ଥାନୀୟ ଅଂଚଳରେ ତାଙ୍କ ଉତ୍ତମ ଆଚରଣ ଏବଂ ଲୋକଙ୍କ ସେବା ପାଇଁ ସୁପରିଚିତ ଥିଲେ | ପିଲାବେଳୁ ସାମାଜିକ କାମ ପ୍ରତି ଆଗ୍ରହ ଅଶୋକଙ୍କର ବାରି ହୋଇ ପଡିଥିଲା | ଘରର ଆର୍ଥିକ ପରିସ୍ଥିତି ଭଲ ନ ଥିବା ତଥା ଯୌଥ ପରିବାରର ଯାବତୀୟ ଅସୁବିଧା ମଧ୍ୟରେ କଲେଜ ଜୀବନ ସମାପ୍ତି କରି ନପାରି ସେ 1985 ରେ ନୌସେନାରେ ଯୋଗ ଦେଇଥିଲେ | ଦୀର୍ଘ ୩୪ ବର୍ଷର କର୍ମକ୍ଷେତ୍ରରେ ବିଭିନ୍ନ ଜାହାଜରେ, ବିଭିନ୍ନ ପ୍ରତିଷ୍ଠାନରେ ଓ ନୌସେନା ମୁଖ୍ୟାଳୟରେ ନିଯୁକ୍ତି ପାଇଁ ବହୁତ ଖ୍ୟାତି ଅର୍ଜନ କରିଅଛନ୍ତି | ତା ସହ ବହୁ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି | ଅଶୋକ ବାବୁ ଶେଷରେ ୨୦୧୯ ରେ ମହାରାଷ୍ଟ୍ର ଗୋଆ ନୌସେନା ମୁଖ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି |

ବର୍ତ୍ତମାନ ଡ଼କ୍ଟର ଅଶୋକ କୁମାର ଜେନା ସଦାସର୍ବଦା ତାଙ୍କ ଅଞ୍ଚଳରେ ଏବଂ ବାହାରେ ଅଭାବୀ ଲୋକଙ୍କୁ ସାହାଯ୍ୟ ଓ ପୁଣ୍ୟ କାର୍ଯ୍ୟ ମାନଙ୍କରେ ସାହାଯ୍ୟ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ | ସେ ନିଜର ନିସ୍ୱାର୍ଥପରତା ଏବଂ ଉଦାରତା ମନଭାବରେ ଲୋକଙ୍କର ସେବାରେ ନିଜର ବହୁମୂଲ୍ୟ ସମୟକୁ ବିତାଇବା ଓ ଲୋକଙ୍କର ଦୁଃଖ ସୁଖର ସାଥି ହୋଇ ପାରିଛନ୍ତି |

ଆଜି ଜର୍ମାନର ହେସେନ୍ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ସମାଜିକ କାର୍ଯ୍ୟରେ ଶ୍ରେଷ୍ଠତ୍ବ ହେତୁ ଯୋଗ୍ୟ ବିବେଚିତ ହୋଇ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି | ହିନ୍ଦୀ ଜଗତର ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ଅମିଶା ପଟେଲଙ୍କ ଦ୍ୱାରା ଗତ ୨୦/୪/୨୪ ରିଖରେ ପୁନେ ସ୍ଥିତ ରେଡିସନ ବ୍ଲୁ ହୋଟେଲର ଏକ ସ୍ୱତନ୍ତ୍ର କାର୍ୟକ୍ରମରେ ସେ ପୁରସ୍କୃତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *